Home Breaking News ଆକାଶରୁ ଖସିଲା ଅଗ୍ନିବର୍ଷା

ଆକାଶରୁ ଖସିଲା ଅଗ୍ନିବର୍ଷା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହର ସବୁଠୁ ଉତ୍ତପ୍ତ ପିଣ୍ଡ ପଲଟିଯାଇଥିବାରୁ ଅଗ୍ନିର ବର୍ଷା ଏବେ ପ୍ରକୃତି ଉପରେ ପଡିଛି । ମନୁଷ୍ୟକୁ ହାହାକାର କରୁଥିବାବେଳେ ପ୍ରକୃତିର ଖରା ନିଜେ ପ୍ରକୃତିକୁ ଜଳାଇଦେଉଛି । ଏଭଳି ଭାବେ ଅଗ୍ନିର ବର୍ଷାରେ ଜଳିଯାଇଛି ଏକର ଏକର ବାଉଁଶ ବଣ ଜଙ୍ଗଲ । ଭୁବନେଶ୍ୱରର ଓୟୁଏଟି ର ଭେଟେନରୀ ଫାର୍ମ ଜଙ୍ଗଲରେ
ହୁ ହୁ କରି ଜଳିଗଲା ବାଉଁଶ ବଣ । ଜଙ୍ଗଲରେ ବାଉଁଶ ଗଛ ଗୁଡିକରେ ନିଆ ଲାଗି ପାଉଁଶ ହୋଇଯାଇଛି । କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଥିବା ଓୟୁଏଟି ଫର୍ମରେ ହଠାତ ନିଆଁ ଲାଗିଯିବାରୁ ଦମକଳ ବହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭାଇଥିଲେ । ନିଆଁ ପାଖାପାଖି ଏକ ଏକର ଜମିର ଲାଗିଥିଲା ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀଙ୍କୁ ନକେଦମ ହେବାକୁ ପଡିଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନିଆଁ ବ୍ୟାପି ବାଉଁଶ ଗଛ ଜଳିବାରେ ଲାଗିଥିଲା । ତେବେ ବର୍ତ୍ତମାନ ନିଆଁ ସମ୍ପୂର୍ଣ୍ଣ ଭାବେ ଆୟତ ହୋଇସାରିଛି । ନିଆଁ କେଉଁ କାରଣରୁ ଲାଗିଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ତେବେ ପ୍ରକୃତିର ତାଣ୍ଡଵରେ ଥରି ଯାଇଛି ସହର । ଦିପହରରେ ଖରାର ଟାଣରେ ଜଳାଇଦେଉଛି ଜଙ୍ଗଲ ବଣ ।

related posts

Leave a Comment