Home Breaking News / ତାଜା ଖବର ମହିଳାଙ୍କଠାରୁ ଝାମ୍ପି ନେଲେ ୩ ଲକ୍ଷ ୫୦ ହଜାର

ମହିଳାଙ୍କଠାରୁ ଝାମ୍ପି ନେଲେ ୩ ଲକ୍ଷ ୫୦ ହଜାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର(ଭାରତ ନାୟକ): ଲୁଟେରାଙ୍କ ଟାର୍ଗେଟରେ ବଡ ପାର୍ଟି । କେତେବେଳେ ବରିଷ୍ଠ ନାଗରିକ ତ ପୁଣି କେତେବେଳେ ମହିଳା । ସ୍ପଷ୍ଟ ଦିବାଲୋକରେ ଝାମ୍ପିନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ବାସୁଦେବପୁର ସହର ମଧ୍ଯରୁ ଏକାଧିକ ଥର ଲୁଟ୍ କରିବାରେ ହେଉଛନ୍ତି ସଫଳ । ବାସୁଦେବପୁର ବ୍ଲକର ନୂଆଗାଁ ପଞ୍ଚାୟତର ଜୟଗୁରୁ SHG ର ସଭାପତି ଆଶାମଣି ନାୟକ ଓ ସମ୍ପାଦିକାମାଳତୀ ଜେନା ଗ୍ରୃପ ଋଣ ଟଙ୍କା ଉଠାଇବାକୁ ବାସୁଦେବପୁର ଷ୍ଟେଟ ବ୍ୟାଙ୍କରୁ ଆସିଥିଲେ । ବ୍ୟାଙ୍କରୁ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ନେଇ ପଢୁଆଁ ଟ୍ରେକର ଷ୍ଟାଣ୍ଡରେ ଏକ ବନ୍ଦ ଦୋକାନ ଆଗରେ ବସିଥିଲେ । ଏହି ସମୟରେ ଏକ କଳା ପ୍ଲସର ଧରି ଦୁଇ ଯୁବକ ଆସି ଝାମ୍ପି ନେଇଥିଲେ । ମହିଳାଙ୍କ ପାଟିଶୁଣି ଦୋକାନୀମାନେ ଡାକ ଛାଡିଥିଲେ । ଲୁଟେରା ଟଙ୍କା ନେଇ ଛୁ ମାରିଛନ୍ତି । ବାସୁଦେବପୁର ଥାନାର ମୌଖିକ ଅଭିଯୋଗ ମୂଳେ ପୋଲିସ ଲୁଟେରାଙ୍କ ପିଛା କରୁଛି ।

related posts

Leave a Comment