ଫୁଲବାଣୀ(ସୁନୀଲ ପଟ୍ଟନାୟକ): ପେସା ଚାହା ଓ ପାନ ବିକିବା କିନ୍ତୁ ନିଶା ଦେଶ ଦୁନିଆର ଖବର ବାଣ୍ଟିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଏଭଳି ଏକ ଦୋକାନ ରହିଛି ଯେଉଁଠି ଆପଣ ଚାହା ପିଉ ପିଉ ଦେଖି ପାରିବେ ଆଜିକାର ମୁଖ୍ୟ ଖବର ା ଟିଭି, ଇଣ୍ଟରନେଟ କିମ୍ବା ଖବର କାଗଜରେ ନୂହେଁ ଦେଖିବେ ଚା ‘ ଦୋକାନ କାନ୍ଥରେ ଟଙ୍ଗା ଯାଇଥିବା ହ୍ଵାଇଟ୍ ବୋର୍ଡ଼ରେ ତା ପୁଣି ପ୍ରତି ଘଣ୍ଟା ରେ ଅପଡେଟ ା ଦେଶବିଦେଶର ମୂଖ୍ୟ ଖବର ସହ ରହିଛି କିଛି ନିଯୁକ୍ତି ସୂଚନା ା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଗନ୍ନାଥ ମନ୍ଦିର ଛକରେ ଆପଣ ଦେଖି ପାରିବେ ଏହି ଚା’ ଦୋକାନ ା ଏହାର ମାଲିକ ହେଲେ ସରୋଜ ଚର୍ଚୀ ା ବୟସ 31 ବର୍ଷ ବୃତ୍ତି ଚା ଓ ପାନ ଦୋକାନ । ବର୍ଷେ କି ଦି ବର୍ଷ ନୁହେଁ ଗଲା 17 ବର୍ଷ ହେଲା ସେ ଲୋକଙ୍କୁ ବାଣ୍ଟୁଛନ୍ତି ଦେଶ ଦୁନିଆର ଖବର ା
ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଥିବା ସରୋଜ ଆର୍ଥିକ ସମସ୍ୟା ଯୋଗୁଁ ଅଧିକ ପାଠ ପଢି ପାରିନଥିଲେ ା ପରିବାର ପ୍ରତିପୋଷଣ ପାଇଁ 2002 ମସିହାରୁ ମାତ୍ର 13 ବର୍ଷ ବୟସରେ ଫିରିଙ୍ଗିଆ ଜଗନ୍ନାଥ ମନ୍ଦିର ଛକରେ ଏକ ଚାହା ଓ ପାନ ଦୋକାନ କରି ଥିଲେ ା 2003 ବିଶ୍ଵ କପ କ୍ରିକେଟ ଖେଳ ସମୟରେ ଉକ୍ତ ଅଞ୍ଚଳରେ କାଁ ଭାଁ କେତେ ଜଣ ଙ୍କ ଘରେ ଟିଭି ଥିଲା ା ସେ ଜଣଙ୍କ ଘରେ ରାତିରେ ଟିଭି ଦେଖି ଖେଳର ତାପର ଦିନ ତାଙ୍କ ଦୋକାନ ସମ୍ମୁଖ କାନ୍ଥରେ ଲେଖି ଦେଉଥିଲେ ା ଏହାକୁ ଦେଖିବାକୁ ଆଖ ପାଖ ଅଞ୍ଚଳର ଯୁବଗୋଷ୍ଠୀ ଭିଡ ଜମୁଥିଲେ ଏହା ଦେଖି ସରୋଜ ଟିଭି ରେ ଦେଉଥିବା ବିଭିନ୍ନ ଦେଶ ଦୁନିଆର ଖବର ତଥା ବିଭିନ୍ନ ଖବର କାଗଜରେ ବାହାରୁଥିବା ମୁଖ୍ୟ ଖବର କୁ ସେ କାନ୍ଥ କିମ୍ବା କାଗଜରେ ଲେଖି ଦୋକାନ ସାମ୍ନାରେ ଟାଙ୍ଗୀବା ଆମ୍ଭର କଲେ ା ଲୋକେ କାନ୍ଥ ଓ କାଗଜରେ ଲେଖା ଖବର ପଢିବାକୁ ଆସିଲେ ଲୋକଙ୍କ ଆଗ୍ରହ ଦେଖି ସରୋଜ ଦୁଇଟି ପ୍ଲାଏବୋର୍ଡ଼ ଲଗାଇ ସେଥିରେ ଟିଭି, ଇଣ୍ଟରନେଟରୁ ପ୍ରତି ମୁହୁର୍ତରେ ଖବର ସଂଗ୍ରହ କରି ତାକୁ ପ୍ରତି ଘଣ୍ଟାରେ ସେସବୁ ଖବର ଅପଡେଟ କରନ୍ତି ା ଟିଭି କିମ୍ବା ଖବରକାଗଜ ପଢ଼ୀ ବାକୁ ସମୟ ନଥିବା ଲୋକେ ଚାହା ପାନ ପାଇଁ ଆସି ତାଙ୍କ ଦୋକାନ ରୁ ଚା ପିଇବା ସହ ଦେଶ ଦୁନିଆର ସମସ୍ତ ଟିକନିଖ ଖବର ବିଷୟରେ ମଧ୍ୟ ଅବଗତ ହୁଅନ୍ତି ା ଏଥି ସହ ବିଭିନ୍ନ ଖବର କାଗଜ ରେ ବାହାରୁଥିବା ଚାକିରୀ ବିଜ୍ଞାପନ ମଧ୍ଯ ସରୋଜ ବୋର୍ଡ଼ ରେ ଲେଖନ୍ତି ା ତାଙ୍କ କାନ୍ଥ ଖବରରୁ ନିଯୁକ୍ତି ବିଜ୍ଞାପନ ପଢି ସେହି ଅଞ୍ଚଳର ଅନେକ ବେକାର ଶିକ୍ଷିତ ଯୁବକ ଚାକିରି ପାଇଥିବା କୁହନ୍ତି ସ୍ଥାନୀୟ ବାସିନ୍ଦା ା ଏଥି ସହ କାହାର କିଛି ହଜିଗଲେ ବା ରାସ୍ତା ରୁ କିଛି ମିଳିଲେ ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ଖବର ଯାଏ ଓ ତାହା ତାଙ୍କ ଖବରରେ ସଂଗେ ସଂଗେ ଲେଖା ହୁଏ l
ସେହିପରି ତାଙ୍କ ଖବରକୁ ପଢି ଜଣେ ଵ୍ୟକ୍ତି ହଜିଯାଇଥିବା ସୁନା ମୁଦି ଫେରି ପାଇଥିବା ବେଳେ ତିନି ଜଣ ବ୍ୟକ୍ତି ତାଙ୍କର ହଜି ଥିବା ବିଭିନ୍ନ ପ୍ରମାଣପତ୍ର ମଧ୍ୟ ଫେରି ପାଇଛନ୍ତି ା
ସରୋଜ ଜଣେ କଳାକାର ମଧ୍ୟ, ନିଜ ଗୁରୁଙ୍କ ପ୍ରେରଣା ପାଇ ଗତ 8 ବର୍ଷ ହେଲା ସ୍ଵାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସରେ ନିଜକୁ ଗାନ୍ଧୀଙ୍କ ପରି ସଜେଇ ଷ୍ଟାଚ୍ୟୁହୋଇ ଠିଆ ହୋଇ ରହି ଲୋକଙ୍କୁ ସଚେତନ ମଧ୍ୟ କରନ୍ତି ା ତାଙ୍କର ଏହି କଳା ପାଇଁ ସେ ଅନେକ ଥର ପୁରସ୍କୃତ ହୋଇଛନ୍ତି ା କିନ୍ତୁ ସେ କୌଣସି ପୁରସ୍କାର କିମ୍ବା ଅର୍ଥ ପଛରେ ଗୋଡ଼େଇ ନାହାନ୍ତି ା ତାଙ୍କ ଦୋକାନ ରୁ ଯେତିକି ଆଦାୟ ହୁଏ ସେତିକିରେ ସେ ସନ୍ତୁଷ୍ଟ ା ଶେଷ ଜୀବନ ପର୍ଯ୍ୟନ୍ତ ଏହି ସବୁ କାର୍ଯ୍ୟକୁ ଜାରି ରଖିବାକୁ ଇଚ୍ଛା ରଖିଛନ୍ତି ସରୋଜ |