Share with
ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲାକୋର୍ଟକୁ ମଙ୍ଗଳବାର( ଆଜିଠୁ) ମାଇକ୍ରେ । କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। କୋର୍ଟର ଦୁଇ ଜଣ କର୍ମଚାରୀ ସୋମବାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁଏପରି ପଦକ୍ଷେପ ନିଆଯାଇଛି। ଜିଲ୍ଲା କୋର୍ଟ ପରିସର ଦୁଇ ଫାଟକରେ ବ୍ୟାରିକେଡ଼ କରି ବନ୍ଦ କରାଯାଇଛି। ସମସ୍ତ କୋର୍ଟ କାର୍ଯ୍ୟ ୭ ଦିନ ଯାଏ ବନ୍ଦ ରହିବ ଓ କୋର୍ଟକୁ ସାନିଟାଇଜ କରାଯିବ ବୋଲି ସଂପାଦକ ଅଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି ଫୁଲବାଣୀରେ କରୋନା ସଂକ୍ରମଣ ଦିନ କୁଦିନ ବଢ଼ିବାରେ ଲାଗିଛି ଫଳରେ ପ୍ରଶାସନର ଚିନ୍ତା ବଢିଯାଇଛି। ତେବେ
ବିଭିନ୍ନ ମାମଲାରେ କୋର୍ଟ ଆସୁଥିବା ଲୋକଙ୍କୁ ମାସ୍କପିନ୍ଧିବା, ସାମାଜିକ ଦୂରତା ରକ୍ଷାକରିବା ଓ ସାନିଟାଇଜର ବ୍ୟବହାର କରିବା ଉପରେ ଗୁରୁତ୍ଵ ଦିଆଯିବ ବୋଲି ସଂପାଦକପଟନାୟକ କହିଛନ୍ତି।