Home Breaking News / ତାଜା ଖବର କେନ୍ଦ୍ରୀୟ ପାଣ୍ଠିକୁ ଜିଲ୍ଲା କରୋନା ରୋଗୀଙ୍କ ପାଇଁ ଖର୍ଚ୍ଚ ହେଉ

କେନ୍ଦ୍ରୀୟ ପାଣ୍ଠିକୁ ଜିଲ୍ଲା କରୋନା ରୋଗୀଙ୍କ ପାଇଁ ଖର୍ଚ୍ଚ ହେଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ୱର ରାଉତ )-କରନା ମୁକାବିଲା କରିବାରେ ଓଡିଶା ସରକାର ତଥା ରାୟଗଡା ଜିଲ୍ଲା ପ୍ରଶାସନ ଫେଲ ହେଉଥିବା ଭଳି ମନେକରି ଜିଲ୍ଲା ଭାଜପା କେନ୍ଦ୍ରୀୟ ଅନୁଦାନକୁ ଭରପୁର ବ୍ୟବହାର କରି ଆରୋଗ୍ୟ କରିବାପାଇଁ ଚେଷ୍ଟା କର ବୋଲି ଏକ 15ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳ ସରୋଜ ମିଶ୍ର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିଛି l କାରନାର ଦ୍ଵିତୀୟ ଲହର ରୋଗୀଙ୍କ ରୋଗୀଙ୍କ ସଂଖ୍ୟା ଅତ୍ୟଧିକ ବୃଦ୍ଧି ଯୋଗୁଁ ବର୍ତମାନ ଜନ ସାଧାରଣ ଭୟଭୀତ, କାରଣ ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢ଼ୁ ଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢୁଛି ସେହି ପରି ପ୍ରେକ୍ଷୀରେ ଅମ୍ଳଜାନ ଅଭାବ ପଡ଼ିଲାଣି ତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ କୁହାଯାଇଛି l ପ୍ରକାଶ ଥାଉକି ଗତ ମାର୍ଚ୍ଚ ଠାରୁ ମହାମାରୀ ଦେଶ ତଥା ପୃଥିବୀକୁ ଗ୍ରାସ କରିବାରେ ଲାଗିଛି ସେହି ପରିପ୍ରେକ୍ଷୀରେ ପ୍ରତ୍ୟେକ ପଞ୍ଚାଯତ ରେ ଏକ ସଙ୍ଗ ରୋଧ କେନ୍ଦ୍ର, କୋଭିଡି ଯନ୍ତ୍ର କେନ୍ଦ୍ର, ଜେ କେ ପୁର ଠାରେ ଏକ କୋଭିଡି କେନ୍ଦ୍ର ଏବଂ ଯନ୍ତ୍ରପାତି ଔଷଧ, ଅତିରିକ୍ତ ସ୍ୱାସ୍ଥ୍ୟ କର୍ମୀ, ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ, ଡାଲି, ଗହମ, ଯୋଗାଇ ଦିଆଯାଇଥିଲା ଏବଂ ପୁଣି ଦୁଇ ମାସର ରାସନ ଯୋଗାଇ ଦେବାପାଇଁ ଘୋଷଣା ହେଇଛି l ସଙ୍ଗ ରୋଧ କେନ୍ଦ୍ରରେ ରହି କଟକଣା ମାନିଥିବା ଲୋକଙ୍କ ପାଇଁ ଆବଣ୍ଟିତ କରିଥିବା ପ୍ରୋତ୍ସାହନ ରାଶି 3500/ ଆସିଥିଲା ତାହା ସଠିକ ଭାବରେ ପ୍ରଦାନ କରାଯାଇନି ସେହିଭଳି ପ୍ରବାସୀ ଭାରତୀୟଙ୍କ ସ୍ବଦେଶୀ କୁ ନିଶୁଳ୍କ ରେ ଫେରାଇ ଆଣିବା ପ୍ରତିଶ୍ରୁତି ବିଫଳ ହେଇଛି l ପ୍ରତି ଜିଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ ଯାହା ରାଜ୍ୟ ସରକାର ପୂରଣ କରିବାରେ ସହଯୋଗ ନ କରିଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ରାୟଗଡା ରେ ତାହା ପ୍ରତିଷ୍ଠା ହୋଇ ପାରିଲା ନାହିଁ l କରନା ଆକ୍ରାନ୍ତ ରେ ମୃତୁବରଣ କରିଥିବା ପରିବାରକୁ ପଚାଶ ଲକ୍ଷ୍ୟ ଟଙ୍କାର ବୀମା ରାଶି ଘୋଷଣା କରିଥିଲା ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଲେନାହିଁ ସେହି ରାଶି କେନ୍ଦ୍ରର ସରକାର ଦୁଇ ସହ ଅଠସ୍ତରୀ ଲୋକଙ୍କ ପରିବାରଙ୍କୁ ପ୍ରଦାନ କରିଛନ୍ତି l ଅବ୍ୟବସ୍ଥା ମାନେ ହେଲା 110 ଶଯ୍ୟା ବିଶିଷ୍ଟ ଥିଲେବି ମାତ୍ର 10ଟି ଆଇ ସି ୟୁ ରହିଛି ଓ ମାତ୍ର ଚାରି ଗୋଟି ଭେଣ୍ଟିଲେଟର ରହିଛି l ଜରୁରୀକାଳୀନ ପରିସ୍ଥିତି ରେ ମାତ୍ର ଏକ ହଜାର ନମୁନା ପରୀକ୍ଷା କରାଯାଉଛି ଯାହା ଅତି ନଗଣ୍ୟ ତେଣୁ ସଂକ୍ରମଣ ଅଧିକ ହେଉଛି l ମନରେଗା ମାଧ୍ୟମରେ କାମ ଯୋଗାଇଦେବା ତ ଦୂରର କଥା ଯେଉଁ ମାନେ କାମ କରିଛନ୍ତି ତାଙ୍କ ପାଉଣା ଦେବାରେ ଟାଲ ଟୁଲ ନୀତି ଅବଲମ୍ବନ କରୁଛନ୍ତି l ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର, ପରା ମେଡିକାଲ ଷ୍ଟାଫ କମ ଥିଲେ ସୁଦ୍ଧା ନିଯୁକ୍ତି ଦିଆ ଯାଉନି l ସେହିଭଳି ପ୍ରତି ବ୍ଲକ ରେ ମାଗଣା ରକ୍ତ ଭଣ୍ଡାର, ଅମ୍ଳଜାନ ଉତ୍ପାଦନ କେନ୍ଦ୍ର, ଉଠା ଦୋକାନୀ, ଫଳ ପନିପରିବା, ସାମାଜିକ କର୍ମୀ ବୀମା ଯୋଜନା ରେ ସାମିଲ କରିବା, ସେହିଭଳି ପ୍ରବାସୀ ଭାରତୀୟଙ୍କୁ ମାଗଣାରେ ଫେରାଇ ଆଣିବା ପାଇଁ ଦାବୀ କରାଯାଇଛି l ଏହି ସବୁ ଦାବୀ ସଙ୍କଟ କାଳରେ ଅତି ଜାରୂରୀ ମନେକରି ସରକାର ବିଚାର କୁ ନେଇ ଯୁଦ୍ଧ କାଳୀନ ଭିତିରେ ପୂରଣ କରିବାପାଇଁ କୁହାଯାଇଛି l ଏହି ସ୍ମାରକ ପତ୍ର ପ୍ରଡନ କରିବାପାଇଁ ଜିଲ୍ଲା ସଭାପତି ଶିବ ପଟନାୟକ, ନଗର ସଭାପତି ଶ୍ୟାମ ଦାସ, ବସନ୍ତ ଉଲାକା, ହରିଶ ମୁଦୁଲି ପ୍ରମୁଖ ଯାଇଥିଲେ ଲ

related posts

Leave a Comment