ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ର ପୂର୍ବତନବିଜେ ଡ଼ି ସାଂସଦ ଓ , ପୂର୍ବତନ ମୁନିସିପାଲଟି ଅଧ୍ୟ କ୍ଷ ସୁଗ୍ରୀଵ ସିଂ ଙ୍କ ଆଜି ଭୁବେନନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ସିଂ ଙ୍କ ଅକାଳ ମୃତ୍ୟୁ ରେ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜ଼ିଲ୍ଲା ରେ ଶୋକ ର ଛାୟା ଖେଳିଯାଇଛି l ସ୍ୱଗର୍ତ ସିଂ କିଛି ବର୍ଷଧରି ସାମ୍ବାଦିକତା କରୁଥିଲେ lସାମ୍ବାଦିକତା ରୁ ପରବର୍ତୀ ସମୟ ରେ ରାଜନୀତି ରେ ପାଦ ଥାପିଥିଲେ l ପ୍ରଥମେ କାଉନସିଲଲର ପରେ ମୁନିସିପାଲଟି ଅଧ୍ୟକ୍ଷ,ଓ ସାଂସଦ ଥିଲେ l
ମୃତ୍ୟୁ ବେଳକୁ ତାଙ୍କୁ ଛପନ ବର୍ଷ ହୋଇଥିଲା l ସ୍ବର୍ଗତ ସୁଗ୍ରୀବ ସିଂ ଗତ 2004ରୁ 2009ଯାଏ କନ୍ଧମାଳ ସାଂସଦ ଥିଲେ ଲ ସେହିପରି ଫୁଲବାଣୀ ମୁନିସିପାଲଟି ଅଧକ୍ଷ ମଧ୍ୟ ରହି ବହୁ ବିକାଶ ମୂଳକ କାର୍ଯ୍ୟ କରିଥିଲେ l
ସିଂ ଙ୍କ ମୃତ୍ୟୁ ରେ ପରିବହନ ମନ୍ତ୍ରୀ ପଦ୍ମ ନାଭ ବେହେରା ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ l ସେହିପରି ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ବିଜେପି ନେତା କମଳାକାନ୍ତ ପାଣ୍ଡେ, ଭଗବାନ ମହାନ୍ତି, ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ରବି ଦାସ, ଡ଼. ଅରୁପ ଜେନା, ସନ୍ତୋଷ ଡିଗାଲ, ଙ୍କ ସମେତ ଫୁଲ ବାଣୀ ବିଧାୟକ ଅଙ୍ଗଦ କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପ୍ରମୁଖ ଙ୍କ ସମେତ ବହୁ ବିଜେଡ଼ନେତା ଓ ବୁଦ୍ଧିଜୀବୀ ଗଭୀର ଶୋକବ୍ୟକ୍ତ କରିବା ସହ ସିଂ ଙ୍କ ଅକାଳ ବିୟୋଗ କନ୍ଧମାଳ ଜ଼ୀଲା ପାଇଁ ଅପୂରଣୀୟ କ୍ଷତି ଘଟି ଥିବା କହିଛନ୍ତି ଲ
ପୂର୍ବତନ ସାଂସଦ ସୁଗ୍ରୀଵ ସିଂ ଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ
Share with
previous post