ମାଲକାନଗିରି(ସଞ୍ଜୟ ଢ଼ାଲି): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଜିଲ୍ଲା ଦୋରନାପାଲ ଠାରେ ଗତକାଲି ମାଓବାଦୀମାନେ ଅପରେସନ ପ୍ରହାରକୁ ବିରୋଧକରି 8 ଟି ମାଲବାହୀ ଗାଡି ପୋଡ଼ିଦେଇଛନ୍ତି। ଖବର ରୁ ଜଣାପଡିଛି ଗତ କିଛି ଦିନ ହେବ ମାଓବାଦୀ ମାନେ ଛତିଶଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଓହିଂସା ଘଟାଇଥିବା ବେଳେ ଛତିଶଗଡ଼ ପୋଲିସ ପକ୍ଷରୁ ମଧ୍ୟ ଦମନ ଆରମ୍ଭ କରିଦେଇଛି। କେଉଁଠି ଯବାନ କୁ ନେଇଯାଇଥିବା ବେଳେ କେଉଁଠି ପ୍ରଜା କୋର୍ଟରେ ପୋଲିସ କୁ ହତ୍ୟା ଓ କେଉଁଠି ପୋଲିସ ଇନଫର୍ମର ସନ୍ଧେହ ରେ ହତ୍ୟା କରିଚାଲିଛନ୍ତି। କିନ୍ତୁ ଆଜି ମାଓବାଦୀ ପକ୍ଷରୁ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାପୂର୍ବରୁ ପୋଲିସ ର ଅପରେସନ ପ୍ରହାର କୁ ବିରୋଧ କରି 8ଟି ମାଲବାହି ଟ୍ରକ ପୋଡ଼ିଦେଇଥିବା ଜଣାପଡିଛି। ଭାରତୀୟ ସୈନିକ BSF, କୋବ୍ରା ବାଟାଲିଅନ,CRPF ଯବାନ ପାଇଁ ଏହା ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରି ଚାଲିଛନ୍ତି ମାଓବାଦୀ ମାନେ।ଘଟଣା ସ୍ଥଳରେ ଛତିଶଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପୋଲିସ ପକ୍ଷରୁ କୁମ୍ବିଙ୍ଗ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି।
ମାଓବାଦୀଙ୍କ ଅପରେସନ ପ୍ରହାରକୁ ବିରୋଧ: ପୋଡିଦେଲେ ୮ଟି ମଲାବାହୀ ଗାଡି
Share with
previous post