ଜୟପାଟଣା(କ୍ଷେତ୍ର ମୋହନ ରାଉତ): ବ୍ୟାପକ ସଚେତନତା ସତ୍ତେ କଳାହାଣ୍ଡି ଜିଲ୍ଲା ରେ ତାଣ୍ଡବ ରଚି ଚାଲିଛି କରୋନା ମହାମାରୀ, ଦିନ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ଯା ମଧ୍ଯ ବଢିବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ବ୍ଳକ ଆକ୍ରାନ୍ତ ଙ୍କ ସଂଖ୍ୟା ଅନୁପାତ ରେ ଜୟପାଟଣା ବ୍ଲକ ର ଆକ୍ରାନ୍ତ ଙ୍କ ସଂଖ୍ୟା ଅଧିକ ରହୁଥିବା ରୁ ସ୍ଥାନୀୟ ସରପଞ୍ଚ ଦିଲିପ କୁମାର ରାଉତ ପ୍ରାଶାସନିକ ଅଧିକାରୀ, ବଣିକ ସଂଘ ସହ ଆଲୋଚନା କରି ସପ୍ତାହାନ୍ତ ପ୍ରତି ଶନିବାର ଓ ରବିବାର ପଞ୍ଚାୟତ ଅଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି। ଏବଂ ଆଗାମୀ ସୋମବାର ଠାରୁ ସପ୍ତାହ ବ୍ୟାପୀ ଆଂଶିକ ଲକଡାଉନ ଘୋଷଣା କରାଯାଇଛି। ଏହିଦିନ ମାନଙ୍କରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ କିରାନା ଦୋକାନ ଓ ପରିବା ବଜାର ସ୍ଵଳ୍ପ ସମୟ ଖୋଲା ରହିବ ବୋଲି ସରପଞ୍ଚ ଶ୍ରୀ ରାଉତ କହିଛନ୍ତି। କରୋନା ପଜିଟିଭ୍ ଥିବା ଲୋକେ ଖୋଲା ଖୋଲି ବଜାରରେ ବୁଲୁଥିବା ଯୋଗୁଁ ସାଧାରଣ ଲୋକେ ପ୍ରଭାବିତ ହେବା ଆଶଙ୍କା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କୁ ତାଗିଦ୍ କରାଯିବ ଆବଶ୍ୟକ ହେଲେ ଆଇନ ଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ। ଜନସାଧାରଣ ଅତି ଆବଶ୍ୟକ ନହେଲେ ଘରୁ ବାହାରନ୍ତୁ ନାହିଁ, ସବୁବେଳେ କୋଭିଡ୍ ନିୟମ ମାନି ନିଜେ ସୁରକ୍ଷିତ ରଖିବା ସହ ଅନ୍ୟକୁ ସୁରକ୍ଷିତ ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି।
ଜୟପାଟଣାରେ ସଟଡାଉନ, ସୋମବାରରୁ ସପ୍ତାହ ବ୍ୟାପୀ ଲକ୍ ଡାଉନ୍
Share with
previous post