Home Breaking News / ତାଜା ଖବର କରୋନା ବଦଳାଇ ଦେଲା ଜୀବନ ଜୀବିକା

କରୋନା ବଦଳାଇ ଦେଲା ଜୀବନ ଜୀବିକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କରୋନା ବଦଳାଇ ଦେଲା ଜୀବନ ଜୀବିକା। କଟକ ଜିଲ୍ଲା ମାହାଙ୍ଗା ରାହାଣିଆ ପଞ୍ଚାୟତ ଜାତି ପାରିଲୋ ଗ୍ରାମର ଜଣେ ଯୁବକ ଦେଶୀ ପ୍ରଜାତିର ବହୁ କୁକୁଡ଼ା ରଖି ଏବେ ସଫଳତା ପାଇଛନ୍ତି l ଜାତିପାରିଲୋ ଗ୍ରାମର ୩୫ ବର୍ଷୀୟ ଯୁବକ ରବିନ୍ଦ୍ର ଦାସ ଦୀର୍ଘ ବର୍ଷହେବ ବାହାରେ ରହୁଥିଲେ l ମାତ୍ର ଗତ ବର୍ଷ କରୋନା ସମୟରୁ ନିଜ ଗ୍ରାମକୁ ଆସି ବାଡ଼ିରେ କୁକୁଡ଼ା ଚାଷ ପାଇଁ ଏକ ଘର କରି ଦେଶୀ ପ୍ରଜାତିର କୁକୁଡ଼ା ଚାଷ ଆରମ୍ଭ କଲେ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ରେ l
ମାତ୍ର ୨୦୦ ସ୍କୋୟାର ଫୁଟ ଭିତରେ ଏକ ଆଜବେଷ୍ଟସ ଘର କରି ସେଠାରେ କଡକ ନାଥ, ରାମପୁର ଆଯାରି, ଡୁବୁରି, ଲୋଟଣି, ଲୋରି, ଗାଁଉଁଲି ଦେଶୀ, ଗୁଣ୍ଡୁରି, କେନ୍ଦୁଝର , ହାସିଲ ଆଦି ପ୍ରଜାତିର ଦେଶୀ କୁକୁଡ଼ା ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି l

ଏହି କୁକୁଡ଼ା ଦେଉଥିବା ଅଣ୍ଡା ପ୍ରତିଦିନ ୧୫୦/୨୦୦ ବିକ୍ରି କରୁଛନ୍ତି l ଯାହାର ମୂଲ୍ୟ ଗୋଟିଏ ଅଣ୍ଡା ପିଛା ୧୫ ରୁ ୨୦ ଟଙ୍କା ପର୍ଯ୍ୟନ୍ତ ରହିଛି l କଡକନାଥ କୁକୁଡ଼ା କଳା ଏବଂ ମାଂସ , ହାଡ଼, ଓ ରକ୍ତ ମଧ୍ୟ କଳା ଏହାକୁ ଡାଇବେଟିସ, ବିପି , ହାର୍ଟ ରୋଗୀ ଖାଇଲେ ସ୍ବାସ୍ଥ୍ୟ ପ୍ରତି ହିତକର ହୋଇଥାଏ l ଏହି ଅଣ୍ଡା ମାଂସ ଖାଇବା ଦ୍ବାରା ଶରୀର କୁ ସୁସ୍ଥ ସବଳ ସହ ଆରୋଗ୍ୟ ମଧ୍ୟ କରିଥାଏ l ଏହି କୁକୁଡ଼ା ମାନଙ୍କୁ ରୋଗ କମ ହୋଇଥାଏ l ବିଶେଷ କରି ଘାସ, ଅଳିଆ ଆବର୍ଜନା ରୁ ଖାଦ୍ୟ ସଂଗ୍ରହ କରି ଥାଆନ୍ତି l ଏପରିକି ଫାର୍ମ ରେ ଥିବା କୁକୁଡ଼ା ମାନଙ୍କୁ ପାଣି ଓ କୁକୁଡ଼ା ଦାନା ଦିଆଯାଇଥାଏ l

ତେବେ ବର୍ଷକ ଭିତରେ ରବୀନ୍ଦ୍ର କୁକୁଡ଼ା ଚାଷ କରି ନିଜର ପରିବାର ଗୁଜୁରାଣ ମେଣ୍ଟାଇବା ସହ ୨ ଲକ୍ଷ ରୁ ଅଧିକ ଟଙ୍କାର କୁକୁଡା ଚାଷ କରି ଅନ୍ୟ ଯୁବ ପିଢ଼ି ଙ୍କ ପାଇଁ ଉଦାହରଣ ପାଲଟିଛନ୍ତି l ତେବେ କ ରୋ ନା ସମୟରେ କେହି ରାଜ୍ୟ ତଥା ଜିଲ୍ଲା ବାହାରକୁ ନ ଯାଇ ନିଜ ଅଞ୍ଚଳରେ ରହି କୁକୁଡ଼ା ଭଳି ଅନେକ ଚାଷ କରି ନିଜର ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ରବୀନ୍ଦ୍ର ଓ ଅଞ୍ଚଳବାସୀ କହିଛନ୍ତି।

related posts

Leave a Comment