Home Breaking News ଜନ ପ୍ରତିନିଧିଙ୍କ ସମୂହ ଇସ୍ତଫା

ଜନ ପ୍ରତିନିଧିଙ୍କ ସମୂହ ଇସ୍ତଫା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହୀ): ଜନ ପ୍ରତିନିଧି ଙ୍କ ସମୂହ ଇସ୍ତଫା। ଆଜି ବୋରିଗୁମ୍ମା ପଂଚାୟତ ଅଧିନ ରେ ଥିବା ,22ଟି word ର word member ଓ ସରପଞ୍ଚ ଇସ୍ତାଫାପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଖବର ନେବାରୁ ଜଣାପଡିଲା ଯେ , ବୋରିଗୁମ୍ମା ପଂଚାୟତ ର ଯୋଗାଣ ସହାୟିକା ଙ୍କ ବ୍ୟବହାର ଓ କାର୍ଯ୍ୟଶୈଳୀ ରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତି ନେଇଛନ୍ତି , ସରପଞ୍ଚ ଙ୍କ କହିବା ଅନୁଯାୟୀ, ଯୋଗାଣ ସହାୟିକା ,ଲୋକ ଙ୍କୁ ଉଚିତ ଵ୍ୟଵହାର ଦେଉ ନ ଥିବା ବେଳେ ,ବିଭିନ୍ନ ସମୟ ପଂଚାୟତ କୁ ଆସୁଥିବା ବୟସ୍କ ଙ୍କୁ ଗାଳି ଗୁଳଜ କରିଥାନ୍ତି ,ସରପଞ୍ଚ ଏହାର ବିରୋଧ କରିବାରୁ ତାଙ୍କୁ'” ଆଦିବାସୀ ” ବୋଲି ଗାଳି କରିଥିଲେ , ଓ କୌଣସି ଜନ ପ୍ରତିନିଧି ଙ୍କ କଥା ଶୁଣୁ ନ ଥିଲେ । ଏହା ସହିତ ସେ ବହୁତ ସମୟ ନିଜ କାର୍ଯ୍ୟ ମଧ୍ୟ ଠିକ ଭାବରେ କରୁ ନ ଥିଲେ ।ଏ ନେଇ ସରପଞ୍ଚ ,ବୋରିଗୁମ୍ମା ଗୋଷ୍ଠୀ ଉନୟନ ଅଧିକାରୀ ଓ ଜିଲ୍ଲାପାଳ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।ବରଂ ତାଙ୍କ ବକେୟା ଦରମା ପ୍ରଦାନ ପାଇଁ ଚିଠି ଆସୁଥିଲା। ଏଣୁ ଆଜି ଏଭଳି ନିଷ୍ପତି ନେଲୁ ବୋଲି ବୋରିଗୁମା ସରପଞ୍ଚ ଗଣ ମାଧ୍ୟମ ସମୁଖ ରେ ପ୍ରକାଶ କରିଛନ୍ତି। ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାପାଇଁ ମନା କରିଥିଲେ।

related posts

Leave a Comment