Home Breaking News / ତାଜା ଖବର ଜଳି ଗଲା କାଜୁ ଓ ଆମ୍ବ ବଗିଚା: ଚାଷୀ ହତାଶ

ଜଳି ଗଲା କାଜୁ ଓ ଆମ୍ବ ବଗିଚା: ଚାଷୀ ହତାଶ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ୱର ରାଉତ): ଚାଷୀଙ୍କ ଆମ୍ବ ବଗିଚା ଓ କାଜୁ ବଗିଚା ହତାଶ ହେଇ ବସିଛନ୍ତି l ଭାବି ଥିଲେ ଚଳିତ ବର୍ଷ ଆମ୍ବ, ପଣସ, କାଜୁ, ଲେମ୍ବୁ, କମଳା ଗଛ ର ଫଳ ଭଲ ଧରିଛି ବିଶେଷ କରି ଆମ୍ବ ଓ କାଜୁ ଗତ ବର୍ଷ ଏକ ଲକ୍ଷ୍ୟ ଟଙ୍କା ବିକ୍ରି ହୋଇଥିଲା l ଏହି ବର୍ଷ ଅଧିକ ଫଳ ଆସିଛି ଅଧିକ ବିକ୍ରି ହେବ ଓ ଅଧିକ ଲାଭ ହେବ ପୁଅର ବାହାଘର କରିବି ବୋଲି ସ୍ବପ୍ନ ଦେଖଉଥୁବା ବେଳେ ନିଆଁ କାଳ ହେଲା ଦଇବ ବଇରୀ ସାଜିଛି ଏହି ଦୁଇ ଚାଷୀଙ୍କ ଭାଗ୍ୟ l ଏହିଭଳି ଅଭାବନୀୟ ଘଟଣା ଘଟି ଯାଇଛି ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବୁଡ଼ାଗୁଡ଼ା ପଞ୍ଚାଯତ ଅନ୍ତର୍ଗତ କୁମ୍ଭାର ଗୁର୍ତ୍ତୁଲି ଗ୍ରାମରେ l କଦଳୀ ଛୁଆଁ ମୌଜାର ଜମିରେ ଗତ ଦଶ ବର୍ଷ ତଳେ କୁମ୍ଭାର ଗୁର୍ତ୍ତୁଲି ର ଚନ୍ଦ୍ର କାଶୀ ଓ ଗୋପୀନାଥ କାଶୀ ନାମକ ଭୂମି ହୀନ ଚାଷୀ ହଟିକଲଚର ବିଭାଗ ଦ୍ୱାରା ପ୍ରଦତ୍ତ ଚାରା କୁ ଚାରି ଏକର ପତିତ ଜମିରେ ଲଗାଇ ଥିଲେ l ଏହାର ଜଗା ରଖା କରି ଝାଟି କୁଟା ର କଞ୍ଚା ବାଡ଼ କରି ପରିବାର ସହ ଜଗି ରହୁଥିଲେ l ଆଜକୁ ପାଞ୍ଚ ବର୍ଷ ହେବ ଫଳ ବିକି ବେଶ ଡି ପଇସା ରୋଜଗାର କରି ଚଳୁଥିଲେ l ଚଳିତ ବର୍ଷ ବହୁତ ଫୁଲ ଓ ଫଳ ଆସିବା ଯୋଗୁଁ କିଛି ଋଣ ଶୁଝିବା ସହ ପୁଅର ବାହାଘର କରିବା ଯୋଜନାରେ ଥିଲା l ଦିନେ ବଗିଚା ଜଗି ସନ୍ଧ୍ୟା ସମୟରେ ଖାଇବାକୁ ଯାଇଥିବା ବେଳେ ଜଙ୍ଗଲ ପଟୁ କିଛି ଦୁର୍ବୁର୍ତ୍ତ ନିଆଁ ଲଗାଇ ଚାଲି ଯାଇଥିଲେ ପବନ ଯୋଗୁଁ ନିଆଁ ଚାରିଆଡେ ବ୍ୟାପି ଉଭୟ ବଗିଚାର ଆଡେଇ ସହ ଗଛ ନିଆଁ ଲାଗି ପୋଡି ଯାଇଛି l ଏନେଇ ତହସିଲ ଦାର ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଚାଷୀଙ୍କ ଦୁର୍ଦଶା ଦେଖିଲେ ଯେ କେହିବି ଲୁହ ଗାଡ଼ାଇବ କାରଣ ଏକ ମାତ୍ର ଜୀବିକା ହୋଇଥିବାବେଳେ ଏବର୍ଷ କିପରୀ ବଂଚିବେ ତାହା ଭାଳେଣି ପଡିଛି l କ୍ଷତି ଗ୍ରସ୍ତ ଚାହୁଁ ଛନ୍ତି କି ସରକାରଙ୍କ ତରଫରୁ ନୂତନ ଗଛ ଯୋଗାଇ ଦେଇ ତାର ବାଡ଼ର ବ୍ୟବସ୍ଥା କଲେ ପୁନର୍ବାର ଉଦ୍ୟାନକୁ ୟୁଜିବିତ କରି ଜୀବିକା ନିର୍ବାହ କରିବେ ବୋଲି କହିଛନ୍ତି l ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟାନ ବିଭାଗ ତତପରୀତ ହେଲେ ଉଜୁଡି ଯାଇଥିବା ଚାଷୀ ଉପକୃତ ହେବେ ଲ

related posts

Leave a Comment