ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର। କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ଓଲକଣା ଗାଁ ର ବିଶ୍ବନାଥ ପ୍ରଧାନ ଓରଫ୍ ବିଶିଆ ଙ୍କ ମୃତ ଦେହ ନିଜ ଘରୁ ଉଦ୍ଧାର। ପରିବାର ଲୋକେ ବିଶ୍ବନାଥ ଙ୍କ ଶରୀର ନିଜ ଘର ସିଲିଂ ଫ୍ୟାନ୍ ରେ ଝୁଲୁଥିବା ଅବସ୍ଥାରେ ଦେଖି ଫ୍ୟାନ ରୁ ରଶି କାଟି ବିଶ୍ବନାଥ ଙ୍କୁ ଉଦ୍ଧାର କରିଥିଲେ ହେଲେ ସେତେବେଳେ କୁ ବିଶ୍ବନାଥ ଙ୍କର ମୃତ୍ୟୁ ହୋଇଥିବା ସୂଚନା।ପରେ ପରିବାର ପକ୍ଷରୁ ଭଦ୍ରେଶ୍ବର ଫାଣ୍ଡି ରେ ଏତଲା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି। ଗାଁର କିଛି ବ୍ୟକ୍ତି ବିଶ୍ବନାଥ ଏବଂ ତାଙ୍କ ପୁଅ ନାଁ ରେ କିଛି ମିଛ ମାମଲା ରୁଜୁ କରିଥିବା ରୁ ମାନସିକ ଚାପରେ ଗଲା କିଛି ଦିନ ହେଲା ରହୁଥିଲେ ଏବଂ ସେହି ସବୁ କାରଣରୁ ବିଶ୍ବନାଥ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଏତଲା ରେ କୁହାଯାଇଛି। ଏପଟେ ପୋଲିସ ଶବକୁ ଜବତ କରି ତଦନ୍ତ କଲାବେଳେ ବିଶ୍ବନାଥ ଙ୍କ ଗୁପ୍ତାଙ୍ଗ ରେ ଆଘାତପ୍ରାପ୍ତ ହୋଇଥିବା ଦେଖିବାକୁ ପାଇଥିଲା। ତେବେ ଏହା ଆତ୍ମହତ୍ୟା ନାଁ ସୁଚିନ୍ତିତ ହତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ,ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ଭଦ୍ରେଶ୍ବର ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ମୃତକ ବିଶ୍ବନାଥ ଏକ ପେଟ୍ରୋଲ ଟ୍ୟାଙ୍କରରେ କାମ କରୁଥିବା ବେଳେ ତାଙ୍କର ଦୁଇ ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀ ଅଛନ୍ତି।
ମୃତଦେହ ଉଦ୍ଧାର
Share with
previous post