Home Breaking News ବଣିକ ସଂଘ ପକ୍ଷରୁ 5 ଦିନିଆ ଦୋକାନ ବଜାର ବନ୍ଦ

ବଣିକ ସଂଘ ପକ୍ଷରୁ 5 ଦିନିଆ ଦୋକାନ ବଜାର ବନ୍ଦ

by Times One Odia
Share with
     
 
 
   

ପାଟଣାଗଡ଼(ପ୍ରିୟବ୍ରତ ସରାଫ): କରୋନା ର ଦ୍ୱିତୀୟ ଲହରରେ ଦିନକୁ ଦିନ ସାରା ଦେଶରେ ବୃଦ୍ଧି ପାଇବା ସହ ପାଟଣାଗଡ଼ ରେ ମଧ୍ୟ ବୃଦ୍ଧି ପାଇବା ଯୋଗୁ ଅଞ୍ଚଳର ବହୁ ଲୋକ ମୃତ୍ୟୁବରଣ କରିଥିବାବେଳେ ତାକୁ ଦୃଷ୍ଟିରେ ରଖି ପାଟଣାଗଡ଼ ବଣିକ ସଂଘ ତରଫରୁ ଆଜି ଠାରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ସହରର ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ତେଣୁ ସହରରେ ସବୁ ଦୋକାନ ବଜାର ବନ୍ଦ ରହିଛି। କେବଳ ଔଷଧ ଓ ଦୁଗ୍ଧ ଦୋକାନ ସହ ଖୋଲା ରହିବା ସହିତ ଯାନବାହାନ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଏହି ବନ୍ଦ କୁ ପାଟଣାଗଡ଼ ଦୈନିକ ବଜାର ସଂଘ ଓ ଉଠାଦୋକାନି ସଂଘ ମଧ୍ୟ ସମର୍ଥନ କରି ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେଣୁ ବଣିକ ସଂଘ ସଭାପତି ରାଜେଶ କୁମାର ମେହେର ଉପସଭାପତି ମୋହନ କୁଦେଇ କୋଷାଧ୍ୟକ୍ଷ ମୁକେଶ ସାହୁ ଧନ୍ୟବାଦ ଜଣାଇଛନ୍ତି। ଏହି ବନ୍ଦ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି ଜଣାଯାଇଛି।

related posts

Leave a Comment