Home Breaking News ସାଂସଦ ଭାସ୍କର ରାଓଙ୍କ ଦ୍ୱାରା ଆମ୍ବୁଲାନ୍ସ ଲୋକାର୍ପଣ

ସାଂସଦ ଭାସ୍କର ରାଓଙ୍କ ଦ୍ୱାରା ଆମ୍ବୁଲାନ୍ସ ଲୋକାର୍ପଣ

by Times One Odia
Share with
     
 
 
   

ରାୟଗଡା(ଧନେଶ୍ୱର ରାଉତ): ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଓ ଉନତ ଜ୍ଞାନ କୌଶଳ ରେ ପରିପୂର୍ଣ୍ଣ ଥିବା ଆମ୍ବୁଲାନ୍ସ ଲୋକାର୍ପଣ ହେଇଛି l ରାୟଗଡା ଜିଲ୍ଲାର ଜଣେ ଟାଣୁଆ ନେତା ବିଜେଡି ର ମଙ୍ଗ ନାୟକ ତାହା ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଙ୍କ କର କମଳରେ ଜିଲ୍ଲା ଚିକିତ୍ସାଳୟ ପ୍ରାଙ୍ଗଣରେ ଉଦଘାଟିତ ହୋଇଛି l ସେ ନିଜେ ନୀଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ମାନ୍ୟବର ସାଂସଦ ପାଣ୍ଠିରୁ ଅଠାବନ ଲକ୍ଷ୍ୟ ବିନିଯୋଗ କରି ଏହାକୁ ଜରୁରୀ କାଳୀନ ରୋଗୀଙ୍କ ପାଇଁ ବ୍ୟବହାର କରାଯାଇ ପାରିବ l ଏହି ଆମ୍ବୁଲାନ୍ସ ରେ ଆଇ ସି ୟୁ, ଭେଣ୍ଟି ଲେଟର, ଅକ୍ସିଜେନ, ଭଳି ଅତି ଜରୁରୀ ସୁବିଧା ରହିଛି ଏହା ଅନ୍ୟତ୍ର ରୋଗୀଙ୍କୁ ସ୍ଥାନାନ୍ତରିତ କଲାବେଳେ କାମରେ ଆସିବ ବୋଲି ସି ଡି ଏମ ଓ କହିଛନ୍ତି l ଏହାକୁ ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ କୁହାଯିବ l ସାଂସଦଙ୍କ ଏଭଳି ପଦକ୍ଷେପ କୁ ଜନ ସାଧାରଣ ସ୍ୱାଗତ କରିବା ସହ ଜିଲ୍ଲା ପ୍ରତି ଅନେକ ଅବଦାନ ରହିଛି ବୋଲି କହିଛନ୍ତି l ଏହି ଉଦଘାଟନ ସଭାରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁୱାଲା ଓ ଡାକ୍ତର ଖାନାର ଅନ୍ୟ କର୍ମଚାରୀ ଓ ମିଡ଼ିଆ ବନ୍ଧୁ ଉପସ୍ଥିତ ଥିଲେ l

related posts

Leave a Comment