Share with
ଧର୍ମଗଡ(ରମେଶ ଚନ୍ଦ୍ର ଗୋପାଳ): କଳାହାଣ୍ଡି ଜିଲ୍ଲା,ଧର୍ମଗଡ ବ୍ଲକ ଅନ୍ତର୍ଗତ ପର୍ଲା ଗ୍ରାମପଞ୍ଚାତ ସ୍ଥ ପଞ୍ଚାନମ୍ବର ୱାର୍ଡ ର ଦୁଇଟି ନଳକୂପ ଖନନ ହୋଇଛି ସତ,ହେଲେ ଗୋଟିଏ ନଳକୂପ ମରାମତି ହେବାର ଚାରି କିମ୍ବା ପାଞ୍ଚ ଦିନ ପରେ ତାହା ଖରାପ ହୋଇଥିବା ର ଲୋକେ କହୁଥିବା ବେଳେ ଅନ୍ୟ ନଳକୂପ କୁ ନିର୍ଭର କରିଥିବା ର ପଡିଲେ ମଧ୍ୟ ତାହା ଅଳ୍ପ ପରିମାଣ ର ପାଣି ନିଷ୍କଶାସନ ହୋଇ ଅଧା ଘଂଟା ପରେ ବାଲ୍ଟିଏ ପାଣି ହୋଇଥାଏବୋଲି ପ୍ରକାଶ କରିଛନ୍ତି | ଏପରି ଗ୍ରୀଷ୍ମ ପ୍ରବାହ ରେ ଲୋକେ ଜଳ ପାଇଁ ହନ୍ତସନ୍ତ ହୋଇ ଦୂର ଦୁରାନ୍ତ ରୁ ପାଣି ଆଣି ବ୍ୟବହାର କରୁଥିବାରୁ ଲୋକେ ଦୁଇଟି ନଳକୂପକୁ ଶୀଘ୍ର ଭଲରେ ମରାମତି କରିବାକୁ ପ୍ରଶାସନ ନିକଟରେ ଦାବି କରୁ ଛନ୍ତି | ମରାମତି କାର୍ଯ୍ୟ ହେବ, ତାହା ଦେଖିବାକୁ ବାକି ରହିଲା