Home Breaking News ମାନବିକତା ଦେଖାଇଲେ ସମାଜସେବୀ

ମାନବିକତା ଦେଖାଇଲେ ସମାଜସେବୀ

by Times One Odia
Share with
     
 
 
   

ବ୍ରହ୍ମପୁର: ଭୋକରେ ଆଉଟ ପାଉଟ ହେଉଥିବା ୫୫ବର୍ଷୀୟ ଅସହାୟ ବୃଦ୍ଧାଙ୍କୁ ଖାଇବା ବ୍ୟବସ୍ଥା କରିବା ସହ ଏକ ସୁରକ୍ଷିତ ସ୍ଥାନକୁ ନେଇ ମାନବିକତା ଦେଖାଇଛନ୍ତି ଦୁଇ ସମାଜସେବୀ । ସେମାନେ ହେଲେ ହରିବନ୍ଧୁ ସାହୁ ଏବଂ ତାପସ ସାହୁ । ମିଳିଥିବା ସୂଚନା ଅନୁଯାୟୀ ୱେଷ୍ଟବେଙ୍ଗଲ ରୁ ଆସି କମାପଲ୍ଲୀ ଓଭର ବ୍ରିଜ୍ ତଳେ ଦୀର୍ଘ ଦିନ ଧରି ୫୫ବର୍ଷୀୟ ଅସହାୟ ବୃଦ୍ଧା ପଡ଼ିରହିଛି । ଅନେକ ଲୋକ ଏହା ଦେଖି ମଧ୍ୟ ନ ଦେଖିଲା ଭଳି ଚାଲିଯାଉଥିଲେ । ହଠାତ୍ ଆଜି ଦୁହିଁ ସମାଜସେବୀ ଅର୍ଥାତ୍ ଦାଦା ପୁତୁରାଙ୍କ ନଜରକୁ ଆସିଥିଲା। ଭୋକରେ ଆଉଟ ପାଉଟ ହୋଇ ରାସ୍ତା କଡ଼ରେ ବସିଥିବା ବେଳେ ସମାଜସେବୀ ଦୁହେଁ ବୃଦ୍ଧାଙ୍କ ନିକଟରେ ପହଞ୍ଚି ଭୋକିଲା ଥିବା ଜାଣିପାରିଥିଲେ । କାଳବିଲମ୍ବ ନକରି ବୃଦ୍ଧାଙ୍କ ପାଇଁ ଖାଇବା ବ୍ୟବସ୍ଥା କରିବା ସହ ଏକ ସୁରକ୍ଷିତ ସ୍ଥାନକୁ ନେଇଥିଲେ । ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ହେବ ବ୍କମାପଲ୍ଲୀ ବ୍ରିଜ୍ ତଳେ ଗୋଟିଏ ବୃଦ୍ଧା ରହିଆସୁଛି । ଏହି ବୃଦ୍ଧା ଟି ପାଗଳ ପରି ବ୍ୟବହାର କରୁଥିଲା ଏବଂ ଯିଏ ଯାହା ଦେଉଥିଲେ ସେ ଖାଉଥିଲା । କେହି ତାର ସାହା ଭରସା ନଥିଲେ । ବର୍ତ୍ତମାନ କରୋନା ତାର ଦ୍ୱିତୀୟ ଲହରୀ ଆରମ୍ଭ କରିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଶନିବାର ଓ ରବିବାର ସଟ୍ ଡ଼ାଉନ୍ ଥିବା ଯୋଗୁଁ ଲୋକଙ୍କ ଯାତାୟାତ ବନ୍ଦ ରହିବା ଫଳରେ ସେ ବୃଦ୍ଧା ଜଣଙ୍କ ଭୋକରେ ଆଉଟ ପାଉଟ ହେଉଥିଲା । ଶନିବାର ସଟ୍ ଡ଼ାଉନ୍ ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିଲେ ମଧ୍ୟ ସମାଜସେବୀ ତାପସ ସାହୁ ଏବଂ ହରିବନ୍ଧୁ ସାହୁ ସାଙ୍ଗେ ସାଙ୍ଗେ ଖାଇବାର ବ୍ୟବସ୍ଥା କରିଥିଲେ । ତାହା ସହ ମାକ୍ସ ଦେଇ ପିନ୍ଧୁବାକୁ କହି ସଚେତନତା ରହିବାକୁ କହିଥିଲେ । ସବୁ ଠୁଁ ବଡ଼ କଥା ହେଲା ଏହି ଭଳି ବୃଦ୍ଧାଙ୍କ ପ୍ରତି ପ୍ରଶାସନ ର ଦୃଷ୍ଟି ଆକର୍ଷଣ ହେଉନଥିବା ଦେଖିବାକୁ ମିଳିଛି । ତେବେ ଏଭଳି ମାନବିକତା ଯୋଗୁଁ ବ୍ରହ୍ମପୁର ସହରବାସୀ ଦୁଇ ସମାଜସେବୀଙ୍କୁ ପ୍ରଶଂସା କରିଛନ୍ତି ।

related posts

Leave a Comment