ଫୁଲବାଣୀ(ସୁନୀଲ ପଟନାୟକ): ରବିବାର ସଟ ଡାଉନର ଥିଲା ଦ୍ୱିତୀୟ ଦିନ । ଆଜି ବି ସହର ସଂପୂର୍ଣ୍ଣ ଖାଁ ଖାଁ ଲାଗୁଥିଲା । ବିଭିନ୍ନ ଛକ ସ୍ଥାନରେ କେବଳ ପୋଲିସ ହିଁ ଥିଲେ । ଗାଡିମଟର ମଧ୍ୟ ଯା ଆସ କରୁ ନ ଥିଲା। ବିଭିନ୍ନ ସାହିରେ ପୋଲିସରେ 6ପଟ୍ରୋଲିଙ୍ଗଟି ମ ପଇଁତରା ମାରୁ ଥିଲା। ଦୁଇଦିନିଆ ସଟ ଡାଉନ ସଫଳ ହୋଇଥିଲା ଫୁଲବାଣୀରେ। ସେହିପରି ରବିବାର ଜିଲ୍ଲାରେ ପୁଣି ୩୬ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ସେହିପରି ୧୬ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ଆଜି।ଆଜିର ୩୬ନୂଆପଜିଟିଭ କୁ ମିଶାଇ ପଜିଟିଭ ସଂଖ୍ୟା ୨୨୧ରେ ପହଞ୍ଚିଛି । ସେହିପରି ଜିଲ୍ଲାରେ କରେନା ର ଦ୍ଵିତୀୟ ଲହରରେ ଏଯାଏ ୨ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ୩୩ରେ ଥିବା ମୃତ୍ୟୁ ସଂଖ୍ୟା ବୁର୍ଦ୍ଧି ପାଇ ୩୫ରେ ପହଞ୍ଚିଛି। ଆରମ୍ଭରୁଜିଲ।ରେ ବର୍ତ୍ତମାନ ସୁଧାକରୋନାପଜିଟିଭ ଙ୍କ ସଂଖ୍ଯା ୬୨୮୦ ହୋଇ ଥିବାବେଳେ ଏବେ ସୁଧା ୬୦୨୪ସୁସ୍ଥ ହୋଇ ସାରିଲେଣି।
କରେ ନା ଫୁଲବାଣୀ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ସଂଖ୍ୟା ମଧ୍ୟ ଦିନକୁ ଦିନବୃଦ୍ଧି ପାଉଛି। ପ୍ରଶାସନ ଓ ପୋଲିସ ସହ ର ର ବିଭିନ୍ନ ଛକ ସ୍ଥାନ ଓ ବଜାରରେ ବୁଲିବୁଲି
ମାସ୍କ ଓ ସାମାଜିକ ଦୂରତା ଚେକିଙ୍ଗ ରିତିମତ କର। ଯାଉଛି। ଅମାନିଆ ଙ୍କୁ ଅଟକାଇ ତାଗିଦ କରିବା ସହ ଫାଇନ କାଟୁଛି ।ତଥାପି କରୋନା ସଂକ୍ରମିତ ଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧିପାଉଛି । ଫଳରେ ପ୍ରଶାସନ ଚିନ୍ତାରେ ରହିଛି । ଜିଲ୍ଲାପାଳ ଓ ଏସପି ମଧ୍ୟ ବିଭିନ୍ନ ସମୟରେ ସହରରେ ବୁଲି ତଦାରଖ କରିବା ସହ ଅମାନିଆ ଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟାଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ପ୍ରଶ। ସନ ସତର୍କ ଦୃଷ୍ଟି ରଖିଛି । ନାଇଟ କର୍ଫ୍ୟୁ କୁ ମଧ୍ୟ କଡ଼ାକଡି କରିବାଲାଗି ନିର୍ଦ୍ଦେଶ ଦିଆଯାଇଛି । ଶନିବାର ଓ ରବିବାର ଆଜି ମଧ୍ୟସଟ ଡାଉନକୁ ମଧ୍ୟ ସଂପୂର୍ଣ୍ଣ କଟକଣ।କରିଛି ପୋଲିସ । ରାସ୍ତାଘାଟ ଶୁନ ଶାନ ରହିଛି । ବିଭିନ୍ନ ଛକ ସ୍ଥାନରେ ପୋଲିସ ମୃତୟନ ହୋଇଛନ୍ତି । ପୋଲିସ ବିଭିନ୍ନ ସାହିରେ ପେଟ୍ରୋଲିଙ୍ଗ କରିଛି ।
ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରେ । ନା ସଂକ୍ରମଣ ସତର୍କ ଦୃଷ୍ଟି ରଖାଯାଇ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି ।
ସଟଡାଉନର ଦ୍ୱିତୀୟ ଦିନ ଫୁଲବାଣୀ ଖାଁ ଖାଁ: ପୋଲିସର ଚେକିଙ୍ଗ ଯୋର ଦାର..
Share with
previous post