Home Breaking News ଚୌଦ୍ୱାରରେ ସପ୍ତାହାନ୍ତ ସଟଡାଉନ ପ୍ରଭାବ

ଚୌଦ୍ୱାରରେ ସପ୍ତାହାନ୍ତ ସଟଡାଉନ ପ୍ରଭାବ

by Times One Odia
Share with
     
 
 
   

ଚୌଦ୍ୱାର(ଅରୁଣ ନାୟକ): ମହାମାରୀ କୋରୋନା ର ଦ୍ଵିତୀୟ ଲହରୀ ସମଗ୍ର ଦେଶ ତଥା ଆମ ରାଜ୍ୟକୁ ତାର କାୟା ବିସ୍ତାର କରିଚାଲିଛି। ଏହାକୁ ମୁକାବିଲା ପାଇଁ ରାଜ୍ୟ ସରକାର ଙ୍କ ଦ୍ଵାରା ରାଜ୍ୟରେ ନାଇଟ କର୍ଫ୍ୟୁ ଓ ସପ୍ତା ହନ୍ତ ସଟ୍ ଡାଉନ୍ ର ନିର୍ଦ୍ଦେଶ ଦିଆଯାଇଛି।
ଚଳିତ ବର୍ଷର ପ୍ରଥମ ସପ୍ତା ହନ୍ତ ସଟ୍ ଡାଉନ୍ ର ପ୍ରଭାବ ସମଗ୍ର ରାଜ୍ୟ ର ସହରାଞ୍ଚଳ ରେ ଦେଖିବାକୁ ମିଳୁଛି। ଏଥିରୁ ବାଦ୍ ପଡ଼ିନି ଚୌଦ୍ଵାର ସହର।ଚୌଦ୍ଵାର ସହରରେ ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଏହାକୁ ସଂଲଗ୍ନ ଗ୍ରାମାଞ୍ଚଳ ରେ ଦେଖିବାକୁ ମିଳୁଛି ସ୍ଵତ୍ତ ପୃତ ଭାବେ ବନ୍ଦ କାର୍ଯ୍ୟକାରୀ। ଏଥିରୁ ଜଣାପଡିଛି ସାଧାରଣ ଜନତା ଏଥି ପ୍ରତି ବହୁ ଯତ୍ନବାନ୍।
ଚୌଦ୍ଵାର ପୋଲିସ୍ ପକ୍ଷରୁ ଚୌଦ୍ଵାର ଗାନ୍ଧୀ ଛକ ଠାରେ କଡା ଚେକିଙ୍ଗ କରାଯାଉଛି। ଯେଉଁ ମାନେ ବିଧିବଦ୍ଧ ପରିଚୟ ପତ୍ର ଦେଖାଉଛନ୍ତି ସେମାନଙ୍କୁ ଛାଡ଼ିବା ସହିତ ଅମାନିଆ ଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି। ଜାତୀୟ ରାଜପଥ 55 ରେ ପରିବହନ କାର୍ଯ୍ୟ ପୂର୍ବ ଭଳି ଚାଲୁ ରହିବା ସହିତ 55 ଜାତୀୟ ରାଜପଥ ର ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏହା ସହିତ ବିଭିନ୍ନ ନିର୍ମାଣ ତଥା ଘରୋଇ ନିର୍ମାଣ କାର୍ଯ୍ୟ ଜାରିରହିଛି। ବିନା କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବା ପାଇଁ ଚୌଦ୍ଵାର ପୋଲିସ୍ ପକ୍ଷ ରୁ ନିବେଦନ କରାଯାଇଛି।

related posts

Leave a Comment