Home Breaking News ରୋଗୀଙ୍କ ଜଳଖିଆରେ ବିଛା

ରୋଗୀଙ୍କ ଜଳଖିଆରେ ବିଛା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର(ଭାରତ କୁମାର ନାୟକ): ରୋଗୀଙ୍କ ସକାଳ ଜଳଖିଆରେ ବାହାରିଲା ବିଷଧର କଙ୍କଡା ବିଛା । ଖାଇବା ବେଳେ ଦେଖିବାକୁ ପାଇଥିଲେ ପ୍ରସୃତୀ ମହିଳା । ମେଡିକାଲର ସମସ୍ତ ରୋଗୀ ଆତଙ୍କିତ । ଏମିତି ଅଭିଯୋଗ ଆସିଛି ବାସୁଦେବପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ । ବାସୁଦେବପୁର ବ୍ଲକର ଲକ୍ଷ୍ମୀଦାସପୁର ପଞ୍ଚାୟତର ମାଟିପକା ଗ୍ରାମର ପ୍ରକାଶ ବେହେରାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ନାୟକ ଗର୍ଭବତୀ ଥିବାରୁ ଗତକାଲି (ଶନିବାର) ସକାଳେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସକାଳ ୭ . ୨୦ ରେ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ମେଡିକାଲ ପକ୍ଷରୁ ନିଯୁକ୍ତି ପାଇଥିବା ଖାଦ୍ଯ ଯୋଗାଣକାରୀ ଆଜି ସକାଳେ ଜଳଖିଆରେ ଇଟିଲି ଭୁବୁନି ରୋଗୀମାନଙ୍କୁ ବଣ୍ଟନ କରିଥିଲେ । ପ୍ରିୟଦର୍ଶନୀ ନାୟକଙ୍କୁ ମିଳିଥିବା ଜଳଖିଆରେ ଏକ ବିଷଧର କଙ୍କଡା ବିଛା ବାହାରିଥିଲା । କୋଳରେ ସଦ୍ୟ ନବଜାତ ଶିଶୁଙ୍କୁ ଧରି ବସିଥିବା ମହିଳା ଦେଖି ପାଖରେ ଥିବା ସ୍ବାମୀଙ୍କୁ ଦେଖାଇବାରୁ ରୋଗୀଙ୍କ ମଧ୍ଯରେ କଥାଟି ପ୍ରଚାର ହୋଇ ଥିଲା । ମେଡିକାଲର ଥିବା ସମସ୍ତ ରୋଗୀଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି । ଆଜି ମେଡିକାଲ ମେନୁରେ ଉପମା ଭୁବୁନି ଥିବାବେଳେ ଖାଦ୍ଯ ଯୋଗାଣକାରୀ ଏକ ଦୋକାନରୁ ମଗାଇ ଦେଇଛନ୍ତି ବୋଲି କହିଛନ୍ତି । ମେଡିକାଲର ରୋଷେଇ ହୋଇନାହିଁ ରୋଷେୟା କହିଛନ୍ତି । ମେଡିକାଲର ଅଫିସର ଅନୁପସ୍ଥିତ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

related posts

Leave a Comment