Home Breaking News କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନର କର୍ମକର୍ତା ମନୋନୀତ

କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନର କର୍ମକର୍ତା ମନୋନୀତ

by Times One Odia
Share with
     
 
 
   


ଫୁଲବାଣୀ 🙁 ସୁନୀଲ ପଟନାୟକ) ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ କନ୍ଧମାଳ ଜିଲ୍ଲାର ଫ୍ରଣ୍ଟଲାଇନ ସାମ୍ବାଦିକ ମାନଙ୍କ ଏକ ବୈଠକ ଫୁଲବାଣୀ ସ୍ଥିତ ଗୁଦାରୀ ଠାରେ ଅନୁଷ୍ଠିତ ହୋଇଯାଇଛି !ସରକାର ଏବଂ ଜିଲ୍ଲା ପ୍ରଶାସନର କୋଭିଡ କଟକଣାକୁ ଏବଂ ଗାଇଡ଼ ଲାଇନ ଅନୁସାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି !ବୈଠକରେ କନ୍ଧମାଳ ଜିଲ୍ଲାର ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମସ୍ତ ଜିଲ୍ଲା ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ !ବୈଠକ ଆରମ୍ଭ ହେବା ପୂର୍ବରୁ କରୋନା ମହାମାରୀର ଶିକାର ହୋଇ ଇହତ୍ୟାଗ କରିଥିବା କରୋନା ଯୋଦ୍ଧା ସାମ୍ବାଦିକ ମାନଙ୍କ ଉଦେଶ୍ୟରେ ସମସ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ !ତାପରେ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନର କର୍ମକର୍ତା ଚୟନ କରାଯାଇଥିଲା !ସର୍ବ ସଂମତି କ୍ରମେ ଏସୋସିଏସନର ଉପଦେଷ୍ଟା ଭାବେ ନ୍ୟୁଜ 7 ଏବଂ ପ୍ରଗତିବାଦୀର ଜିଲ୍ଲା ପ୍ରତିନିଧି ସୁନୀଲ ପଟ୍ଟନାୟକ, ଦୈନିକ ସକାଳ ଖବର କାଗଜର ଜିଲ୍ଲା ପ୍ରତିନିଧି ସଦାଶିବ ପାତ୍ର ଏବଂ କଳିଙ୍ଗ ଟିଭି ର ବ୍ୟୁରଚିଫ ଅଜିତ ମହାରଣା ନିଯୁକ୍ତ ହୋଇଥିଲେ !ସଭାପତି ଭାବେ କନକ ଟିଭିର ଜିଲ୍ଲା ପ୍ରତିନିଧି ସୁଜିତ କୁମାର ବେହେରା, ଉପ -ସଭାପତି ଭାବେ ଦୈନିକ ସମାଜର ଜିଲ୍ଲା ପ୍ରତିନିଧି ଅଶୋକ ମହାନ୍ତି, କାର୍ଯ୍ୟକାରୀ ସଭାପତି ଭାବେ ଦୈନିକ ପ୍ରମେୟ ର ଜିଲ୍ଲା ପ୍ରତିନିଧି ବ୍ରଜବିହାରୀ ନନ୍ଦ, ସାଧାରଣ ସମ୍ପାଦକ ଭାବେ ଓ ଟିଭି ର ଜିଲ୍ଲା ପ୍ରତିନିଧି ତ୍ରିନାଥ ସାହୁ,ସହ -ସମ୍ପାଦକ ଭାବେ ନ୍ୟୁଜ 18 ଓଡ଼ିଆ ର ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ଚର୍ଚ୍ଚି, କୋଷାଦକ୍ଷ ଭାବେ ଜି ନ୍ୟୁଜ ଏବଂ ଦୈନିକ ସର୍ବସାଧାରଣ ଖବର କାଗଜର ଜିଲ୍ଲା ପ୍ରତିନିଧି ସୁନୀଲ ବିଶ୍ୱାଳ,ସ୍କୃଟୁନୀ କମିଟିର ମୁଖ୍ୟ ଭାବେ ଦୈନିକ ସମ୍ବାଦ ର ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ପ୍ରଧାନ ଏବଂ ଦୈନିକ ଧରିତ୍ରୀ ର ଜିଲ୍ଲା ପ୍ରତିନିଧି ରାକେଶ କୁମାର ରାଉତ ଏବଂ କାର୍ଯ୍ୟ ପରିଚାଳନା ମଣ୍ଡଳୀରେ ନନ୍ଦିଘୋଷ ଟିଭି ର ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ଜେନା ଏବଂ ବଡ଼ ଖବର ଟିଭି ର ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ବେହେରା ପ୍ରମୁଖ ଚୟନ ହୋଇଛନ୍ତି !ଏହା ସହିତ ଏସୋସିଏସନ କଲ୍ୟାଣ କମିଟିର ମୁଖ୍ୟ ଭାବେ ସାତ ଜଣିଆ କମିଟି ଗଠନ କରାଯାଇଛି !

related posts

Leave a Comment