Home Breaking News ସାମ୍ବାଦିକଙ୍କ ମୃତ୍ୟୁରେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ତରଫରୁ ଶୋକ ସଭା: କ୍ଷତି ପୂରଣ ସହ ବୀମା ରାଶି ଯୋଗାଇଦେବାକୁ ସଭାପତିଙ୍କ ଦାବି

ସାମ୍ବାଦିକଙ୍କ ମୃତ୍ୟୁରେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ତରଫରୁ ଶୋକ ସଭା: କ୍ଷତି ପୂରଣ ସହ ବୀମା ରାଶି ଯୋଗାଇଦେବାକୁ ସଭାପତିଙ୍କ ଦାବି

by Times One Odia
Share with
     
 
 
   

ବେଲଗୁଣ୍ଠା,25/04, କରୋନାର ଦ୍ୱିତୀୟ ଲହରୀ ସତେ ଯେମିତି ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ମାନଙ୍କ ପାଇଁ କାଳ ହୋଇ ଆସିଛି I ପାଞ୍ଚ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନାରେ ଶିକାର ହୋଇ ଚାରି ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟଣା ସମଗ୍ର ରାଜ୍ୟରେ କୋକୁଆ ଭୟ ସୃଷ୍ଟି କରିଛି I ପ୍ରଥମେ ଶେରଗଡ଼ ବ୍ଳକ୍ ର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ ଅନୂପମ ଭାରତର ବ୍ଲକ୍ ପ୍ରତିନିଧି କରୁଣାକର ସାହୁଙ୍କ ଦେହାନ୍ତ ପରେ ଶୁକ୍ରବାର ଚିକିଟି ବ୍ଳକ୍ ର ମନୋଜ୍ କୁମାର ସହୁ ଏବଂ କୁକୁଡାଖଣ୍ଡି ବ୍ଳକ୍ ର ଗୋବିନ୍ଦ ବେହେରାଙ୍କ ମୃତ୍ୟୁ ସମଗ୍ର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି I ସେତିକିରେ କମିନି କରୋନାର ତାଣ୍ଡବ I ଏହାପରେ ଓଡ଼ିଶା ଫାଇଲସ୍ ୱେବ୍ ମିଡିଆର ସମ୍ପାଦକ ନରେଶ ବେହେରାଙ୍କ ମୃତ୍ୟୁରେ ସାମ୍ବାଦିକ ମାନଙ୍କ ହୃଦୟ ଦୋହଲି ଯାଇଛି I ସେହିପରି ବୁଗୁଡ଼ା ବ୍ଲକ ବାଲିପଦର୍ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ସିକ୍ଷାକେନ୍ଦ୍ର ତଥା ସାମ୍ବାଦିକ ରତ୍ନାକର ମହାରଣା ଙ୍କ କୋରନା ରେ ମୃତ୍ୟୁ ଘଟିଛି ସେଥି ପାଇଁ ବେଲଗୁଣ୍ଠା ଠାରେ ବେଲଗୁଣ୍ଠା ପ୍ରେସ୍ ତରଫରୁ ଏକ ଶୋକ ସଭା ପାଲିତ ହୋଇଯାଇଛି I ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ଉପସଭାପତି ପ୍ରଭାତ ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସହ ସମ୍ପାଦକ ସରୋଜ ଶତପଥି, କୋଷାଧ୍ୟକ୍ଷ ବିଭୁପାଦ ଜେନା, ଉପଦେଷ୍ଟା ସନ୍ତୋଷ ବିଷୋୟୀ, ଚନ୍ଦନ ସାହୁ, ସୁଶାନ୍ତ ବେହେରା, ରାଜେଶ ପାତ୍ର, ସୁରେଶ ସୁବୁଦ୍ଧି,ରାଜେଶ ପଣ୍ଡା, ମାଧବ ଚନ୍ଦ୍ର ଆପଟ, ଶିବରାମ ଚୌଧୁରୀ ,ବାଳକୃଷ୍ଣ ପାତ୍ର, ସଚିନ ପୁରୋହିତ, ପିଣ୍ଟୁ ତ୍ରିପାଠି, ଜଗନାଥ ନାୟକ, ପଞ୍ଚାନନ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ଵର୍ଗତ ଆତ୍ମା ମାନଙ୍କର ସ୍ମୃତି ଚାରଣ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ I ଏହି ଅବସରରେ ସଭାପତି ଶ୍ରୀ ପାତ୍ର ସ୍ୱର୍ଗତ ସାମ୍ବାଦିକ ମାନଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଏବଂ ସରକାରଙ୍କ ନିର୍ଦ୍ଧାରିତ 15 ଲକ୍ଷ ଟଙ୍କାର ବୀମା ରାଶି ତୁରନ୍ତ ଯୋଗାଇଦେବାକୁ ଦାବି କରିଥିଲେ ଇ

related posts

Leave a Comment