Home Breaking News / ତାଜା ଖବର କରୋନାରେ ଆଖିବୁଜିଲେ ବରିଷ୍ଠ ସାମ୍ବାଦିକ ଅମଜାଦ ବାଦଶାହ

କରୋନାରେ ଆଖିବୁଜିଲେ ବରିଷ୍ଠ ସାମ୍ବାଦିକ ଅମଜାଦ ବାଦଶାହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋଭିଡ ନେଇଗଲା ଆଉଜଣେ ସାମ୍ବାଦିକଙ୍କ ଜୀବନ ।
ଝାରସୁଗୁଡାର ବରିଷ୍ଠ ସାମ୍ବାଦିକ ଅମଜଦ ବାଦଶାହାଙ୍କର ଆଜି କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି । ଗତ ୭ ତାରିଖରେ ଅମଜଦ ବାଦଶାହା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୮ ତାରିଖ ଦିନ ଝାରସୁଗୁଡା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ଅପରାହ୍ନ ୪ ଟା ୩୦ ମିନିଟରେ ତାଙ୍କର ଦେହାନ୍ତ ଘଟିଛି । ସେ ଝାରସୁଗୁଡା ଓ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଅନେକ ବର୍ଷ ଧରି ଇଟିଭି ଓ ନକ୍ଷତ୍ର ନ୍ୟୁଜ ଜିଲ୍ଲା ପ୍ରତିନିଧୀ ଭାବରେ କାମ କରିଥିଲେ l ଢେଙ୍କାନାଳ ଆଇଆଇଏମସିରୁ ପାସ୍ କରିବା ପରେ ବୃତିଗତ ସାଂବାଦିକତା ଆରମ୍ଭ କରିଥିଲେ । ଛତିଶଗଡ୍ ଆମିଟି ୟୁନିଭର୍ସିଟିରେ ସହ ଅଧ୍ୟାପକ ଭାବେ କାମ କରୁଥୀଲେ ଅମଜାଦ । ସେ ଜଣେ ମେଳାପି, ଶାନ୍ତ, ସମସ୍ତଙ୍କ ସହ ବହୁତ ଭଲ ସଂର୍ମ୍ପକ ରଖିଥିବା ମଣିଷ ଟିଏକୁ ହରାଇଲା ଓଡିଶା । ଆଜି ଆମେ ଜଣେ ଭଳ ମଣିଷଙ୍କୁ ହରାଇଛୁ l ତାଙ୍କର ଅମର ଆତ୍ମରର ସତଗତି ପ୍ରାର୍ଥନା କରୁଛି ଟାଇମ୍ସ ୱାନ ଓଡିଆ ।

related posts

Leave a Comment