ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ମାହାଙ୍ଗା ଥାନା ଧର୍ମଦାସପୁର ଗାଁ ରେ ଏକ ଘରୋଇ ଚାଖୁଣ୍ଡା ଗଛ କୁ କାଟିଲା ବେଳେ ଗଛ ଏକ କୋଠାଘର ର ଛାତ ଉପରେ ପଡ଼ି ଘରର ତାଜା ଭାଙ୍ଗିବା ସହ କୋଠାଘର ର କାନ୍ଥ ଫାଟିବା ସହ ଛାତ ର କ୍ଷୟକ୍ଷତି ହୋଇଥିବାର ଲିଖିତ ଅଭିଯୋଗ ମାହାଙ୍ଗା ଥାନା ରେ ହୋଇଛି।
ସେହି ଗାଁ ର ସନ୍ତୋଷ ସାହୁ ଙ୍କ ଏକ ପୁରୁଣା ଚାକୁଣ୍ଡା ଗଛ ସ୍ଥାନୀୟ କାଠ ବେପାରୀ ନିହାରକାନ୍ତ ହରିଚନ୍ଦନ ଓରଫ୍ ମିଲୁ କୁ ୧୫ ହଜାର ଟଙ୍କା ରେ ବିକ୍ରି କରିଥିଲେ।ଗତ ୨୩ ତାରିଖ ଦିନ ୧୦ ଟା ବେଳ ମିଲୁ ଗଛ କାଟିଥିଲେ। ପାଖରେ ଥିବା ସନ୍ତୋଷ ଙ୍କ ଘର ଉପରକୁ କାଳେ ଚାକୁଣ୍ଡା ଗଛ ଟି ପଡିଯିବ,ସେ ଭୟରେ ସନ୍ତୋଷ ଗଛ କଟାଳି ମିଲୁ ଙ୍କୁ ଆଗରୁ ଅବଗତ କରାଇଥିଲେ। ହେଲେ କାଠ କଟାଳି ଙ୍କ ବେପରୁଆ ମନୋଭାବ ଯୋଗୁଁ ଗଛ ଟି ସନ୍ତୋଷ ଙ୍କ କୋଠାଘର ଉପରେ ହିଁ ପଡି ଯାଇ ଘର ର ଅନେକ କ୍ଷୟକ୍ଷତି ହେବା ସହ ସୌଭାଗ୍ୟ ରୁ ପରିବାର ଲୋକେ ଅଳ୍ପକେ ବଞ୍ଚିଗଲେ।ପରେ ନିଜ କୋଠାଘର ର କ୍ଷୟକ୍ଷତି ପାଇବା ପାଇଁ ପ୍ରଥମେ ସ୍ଥାନୀୟ ପଂଚାୟତ ଓ ପରେ ମାହାଙ୍ଗା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ସନ୍ତୋଷ ଙ୍କୁ କୈାଣସି ନ୍ୟାୟ ମିଳିନାହିଁ। ଏ ବାବଦରେ ଗଛ ମାଲିକ ବିନୟ ସାହୁ ଙ୍କୁ ପଚାରିବାରୁ ସେ କହିଲେ,ସେ ଗଛ ବିକି ଦେଲେ ଆଉ ଗଛ କଟାଳି କେମିତି ଆଉ କିପରି ଗଛ କାଟିବ ସେଥିପାଇଁ ଗଛ କଟାଳି ଏ ଘଟଣା ପାଇଁ ସଂପୂର୍ଣ୍ଣ ଦାୟୀ।