ବିନିକା(ଅକ୍ଷୟ ପୁଜାହାରୀ): ଵିନିକା ଆଜି ଭୋରରୁ ଗ୍ୟାସ ଲିକ ହୋଇ ଘରେ ନିଆଁ ଲାଗି ନାବାଳକ ବାବୁସାନ୍ ଗୁଦୁରିଆ(୧୦) ମୃତ ।ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା
ବିନିକା ଥାନା ଶଙ୍କରା ଗାଁରେ Iମୃତ ନାବାଳକ ହେଲେ ଶଙ୍କରା ଗାଁର ଟିକେଶ୍ବର ଗୁଦରିଆ ଙ୍କ ସାନପୁଅ ବାବୁସାନ ଗୁଦୁରିଆ (10) I ସୁଚନା ଅନୁସାରେ ଆଜି ଘରେ ଚା ପିଇବା ପାଇଁ ଟିକି ଲେବର କାମ କରି ଯିବା ଆଗରୁ ଚା ଵନାଇବା ପାଇଁ ଗ୍ୟାସ ଟାଙ୍କି ଅନ କରିଥିବା ମାଚିଷ ଖୋଜି ଥିଲା। ମାଚିଷ ପାଇବାପରେ ମାଚିଷ ଜାଲିବାର ସମୟରେ ହଠାତ ଗ୍ୟାସ ଟାଙ୍କିରୁ ନିଆଁ ଲାଗିଯାଇଥିଲା I ଫଳରେ ଘର ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିବା ବେଳେ ନାବାଳକ ଶୋଇଥିବା ଅବସ୍ଥାରେ ପୋଡ଼ି ହୋଇଯାଇଛି Iପରିବାର ଲୋକେ ନାବାଳକକୁ ଚିକିତ୍ସା ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ବି ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି I
ଡାକ୍ତର ବିନିକା ପୁଲିସ କୁ ଖବର ନକରି ମୃତ୍ୟୁ ବାଳକକୁ ଘରକୁ ନେଇ ଯିବାକୁ କହିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ବିନିକା ଅଗ୍ନିଶମ ବାହିନୀ ପହଂଚି ଥିଲେ ବି ଘର ପୋଡି ପାଉଁଶ ହୋଇଯାଇଥିଲା Iଅନ୍ୟପଟରେ ବିନିକା ପୁଲିସ ଖବର ପାଇ ଶଙ୍କରା ଗ୍ରାମରୁ ମୃତ ଦେହ ଜବତ୍ କରିଛି|