Home Breaking News ଚୋରା ଗଞ୍ଜେଇ ଜବତ କଲା ପୋଲିସ

ଚୋରା ଗଞ୍ଜେଇ ଜବତ କଲା ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ୱର ରାଉତ): ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରେ ଗତକାଲି ଅପରାହ୍ନ ଦେଢ଼ ଟା ସମୟରେ ପଦ୍ମପୁର ପୋଲିସ ଚାରିଶହ ପାଞ୍ଚାଅସି କିଲୋ ଗ୍ରାମ ଗଂଜେଇ ଜବତ କରିଛି l ଏହାର ଆନୁମାନିକ ମୂଲ୍ୟ ଅଠ ଚାଳିଶି ଲକ୍ଷ୍ୟ ପଚାଶ ହଜାର ହେବ ବୋଲି କୁହାଯାଇଛି l ଗତ ତେଇଶି ତାରିଖ ଦିନ ପଦ୍ମପୁର ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ହଠାତ ଅତର୍କିତ ଭାବେ ଚଢ଼ାଉ କରିବା ବେଳେ ଏକ ଟ୍ରକ ରେ କିଛି ଜରି ଅଖା ରେ ଲଦା ହୋଇଥିବା ଦେଖିବାକୁ ମିଳିଲା ତାହା ଠିକ ଭାବରେ ତନଖି କଲା ପରେ ଜଣାପଡିଲା ଏହି ଗଂଜେଇ ରେ ଭରା ବସ୍ତା ବୋଲି l ଅଖା ପାଖରେ କେହି ନ ଥିବା ବେଳେ ମାତ୍ର ଟ୍ରକ ଠିଆ ହେଇଛି ଏହାର ନମ୍ବର or 05 n 7072 ଅଟେ l ପଦ୍ମପୁର ପୋଲିସର ସୂଚନା ଅନୁସାରେ କେନ୍ଦୁଗୁଡା ଡେମ ସାଇଡ ରେ ଏକ ଜାଗା ନିକଟରୁ ଏହି ଟ୍ରକ ଜବତ ହୋଇଅଛି l ପୋଲିସ ପହଂଚି ଖାନ ତଲାସୀ କରିବା ସମୟରେ କେହି ଜଣେ ବି ଧାରା ପଡ଼ିନାହାନ୍ତି ଆଗରୁ ସତର୍କ ହେଇ ପଲାଇ ଯାଇଥିବା ଜଣା ପଡୁଛି ପଦ୍ମପୁର ଏସ ଆଇ ଏଚ ପି ଭାଟି ପ୍ରକାଶ କରିଛନ୍ତି l ଏହି ଚୋରା ଚାଲାଣ କେଉଁଠାକୁ ଓ କେଉଁଠାରୁ ହେଉଥିଲା ତାହା ତଦନ୍ତ ପରେ ଜଣା ପଡିବ l ପ୍ରକାଶ ଯୋଗ୍ୟ ଏହିକିଯେ ରାୟଗଡା ଜିଲ୍ଲାର ଗୁଣୁପୁର ଗୁଡ଼ାରୀ ପଦ୍ମପୁର ମୁନିଗୁଡା ଚନ୍ଦ୍ରପୁର ଅଞ୍ଚଳରେ ଲଗାତାର ଭାବେ ଗଂଜେଇ ଚୋରା ଚାଲାଣ କରୁ ଥିବା ଖବର ମିଳୁଛି ପୋଲିସ ବହୁତ କ୍ରିୟାଶୀଳ ହୋଇ ବହୁତ ଧର ପଗଡ଼ କଲେବି ଚୋରା ଚାଲାଣ ରୋକିବାରେ ରୋକ ଲଗାଇ ପାରିଲା ଭଳି ଲାଗୁନି l

related posts

Leave a Comment