Home Breaking News / ତାଜା ଖବର ଭୟଙ୍କର ଅଗ୍ନିକାଣ୍ଡ: 7 ଗାଈ ଜୀବନ୍ତଦଗ୍ଧ,3 ଗାଈ ଆହତ

ଭୟଙ୍କର ଅଗ୍ନିକାଣ୍ଡ: 7 ଗାଈ ଜୀବନ୍ତଦଗ୍ଧ,3 ଗାଈ ଆହତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ(ପ୍ରସନ୍ନ ଜେନା): କାକଟପୁର ବ୍ଲକ ଜଳେଶ୍ବର ପଡା ପଂଚାୟତ କରୁଣା ଗାଁ ରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ମୁରଲୀ ଜେନା ନାମକ ଜଣେ ବ୍ୟକ୍ତି ଙ୍କ 7 ଟି ଗାଈ ଜୀବନ୍ତ ଦଗ୍ଧ ହେବା ସହ 3 ଟି ଗାଈ ଗୁରୁତର ଆହତ ହୋଇଛନ୍ତି।ଏହା ସହ 3 ରୁ ଉର୍ଦ୍ଧ୍ବ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି।ଗତକାଲି ବିଳମ୍ବିତ ରାତିରେ ମୁରଲୀ ଙ୍କ ପରିବାର ଶୋଇଥିବା ଅବସ୍ଥାରେ ଆକସ୍ମିକ ଭାବେ ଘରେ ଅଗ୍ନିକାଣ୍ଡ ଘଟି ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।ଘଟଣା ସ୍ଥଳରେ ଗତକାଲି ରାତିରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ସୂଚନା ମିଳିଛି। ଅନ୍ୟପଟେ ଯେଉଁ 7ଟି ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି ସେ 3 ଭାଇ ସୁନାକାର, ମୁରଲୀ, ବଇଁଶୀ ଜେନା ଓ ରୋହିତ ଜେନା ଙ୍କ ଘର ପୋଡି ଯାଇ ବ୍ୟାପକ ଧନ ଜୀବନ ନଷ୍ଟ ହୋଇଛି l ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲାଯେ ପାଖରେ ଥିବା 40 ପୁଟ ନଡ଼ିଆ ଗଛ 2ଟି ସମ୍ପୂର୍ଣ ପୋଡ଼ିଯାଇଛି, ପ୍ରଶାସନ ପହଂଚି ନଥିବା ବେଳେ, କ୍ଷ୍ୟତି ପୂରଣ ପାଇଁ ପରିବାର ଓ ଗ୍ରାମବସି ଦାବି କରିଛନ୍ତି |

related posts

Leave a Comment