Share with
ଖଣ୍ଡପଡ଼ା(ଅଙ୍କିତା ପ୍ରିୟଦର୍ଶିନୀ): ହାତୀଦାନ୍ତ ଓ ବାଘଛାଲ ଜବତ, ଦୁଇଜଣ ଶିକାରି ଗିରଫ।ଗଣିଆ ବ୍ଲକ ଛାମୁଣ୍ଡିଆ ନିକଟସ୍ଥ ମା’କଳାପାଟ ମନ୍ଦିର ନିକଟରୁ ଦୁଇଜଣ ଶିକାରୀଙ୍କୁ ଏସ.ଟି.ଏଫ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବାଘଛାଲ ଓ ହାତୀଦାନ୍ତ ଜବତ କରିଛି। ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗଣିଆ ଥାନା ବେଠିଆ ସାହିର ବିମ୍ବାଧର ତରାଇ ଓ ଅନ୍ୟଜଣେ ହେଲେ କଟକ ଜିଲ୍ଲା ନରସିଂହପୁର ଥାନା ଚକ୍ରଗଡ଼ର ରମେଶ ପତିହାରି ବୋଲି ଜଣାପଡିଛି।