Home Breaking News / ତାଜା ଖବର ପୁଣି କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ଚିତାବାଘ ଚମଡା ରାକେଟ

ପୁଣି କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ଚିତାବାଘ ଚମଡା ରାକେଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

() ବାଣୁଆଙ୍କୁ ଡରୁଛନ୍ତି ବାଘ ହାଥି । ପୁଣି କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ଚିତାବାଘ ଚମଡା ରାକେଟ । ଦୁଇଜଣ ବେପାରୀଙ୍କୁ ଗିରଫ କରିବା ସହ ଗୋଟିଏ ବାଘ ଚମଡା ଏବଂ ଦୁଇଟି ହାତୀ ଦାନ୍ତ ଜବତ ହୋଇଛି । ଦୁଇଜଣ ବେପାରୀଙ୍କୁ କାବୁ କରିଛି ଏସ ଟିଏ ଫ ଟିମ । ନୟାଗଡ଼ ଜିଲା ମାକାଲାପାଟା ମନ୍ଦିର ଦେଇ ଯାଇଥିବା ମହାନଦୀ ନଦୀ କୂଳରୁ ଧରିଛି ଏହି ବାଘ ଛାଲ ଓ ହାଥି ଦାନ୍ତ । ବନ୍ୟଜନ୍ତୁଙ୍କ ଦ୍ୱାରା ଚିତାବାଘ ଚର୍ମ ଏବଂ ହାତୀ ଦାନ୍ତ ବିକ୍ରି ନେଇ ଖବର ପାଇଥିଲା ଏସଟିଏଫ ଟିମ । ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ରଖିବାକୁ ଚାଲିଛି ଜୋରଦାର ପ୍ରୟାସ । ବଣୁଆଙ୍କ ନଜରରେ ବଣଜନ୍ତୁ । ବାଘ ମାରି ଛାଲ କାଢ଼ିଦେଉଛନ୍ତି । ହାଥିକୁ ମାରି ଦାନ୍ତ ଉପାଡି ଦେଉଛନ୍ତି । ଅସହ୍ୟ ନିର୍ଯ୍ୟାତନା ଦେଇ କଲବଲ କରୁଛନ୍ତି ନୃଶଂସ ବଣୁଆ ଶିକାରୀ । ଜଙ୍ଗଲରେ ବନ୍ୟଜନ୍ତୁ ମାନଙ୍କ ଉପରେ ନଜର ପଡିଛି ବ୍ଲାକ ରାକେଟ ଗ୍ୟାଙ୍ଗର । ଜଙ୍ଗଲରେ ରହୁଥିବା ବାଘ ବଂଶ ଓ ହାଥି ବଂଶ ଜାଣିନି କି ତାଙ୍କର ଘର ଜଙ୍ଗଲ ଏବେ ତାଙ୍କ ପାଇଁ ବଡ଼ ବିପଦରେ ରହିଛି । କେତେବେଳେ ମନୁଷ୍ୟର ମୃତ୍ୟୁର ଜାଲରେ ପଡି ଜୀବନ ହରାଇବେ । ଦେଖନ୍ତି ଏହି ବାଘ ଚମଡାକୁ ୧୦ ରୁ ୧୫ ଦିନ ପୂର୍ବରୁ ଶିକାରୀ ମାନେ ମାରି ମାରି ଶେଷ କରିଦେଇଛନ୍ତି । ଏମିତିକି ବାଘଟି କମ ବୟସର ହୋଇଥିବାବେଳେ ତାକୁ ମାରି ଚମଡା ବିକିବାକୁ ଯୋଜନା କରିଥିଲେ। ସେହିଭଳି ହାଥି ମେରା ସାଥି ର ନାରା ବି ଆଉ ନାହିଁ ବରଂ ହାଥିର ଶତ୍ରୁ ଏବେ ମନୁଷ୍ୟ ହୋଇଛି । ଏଭଳି ଏକ ରାକେଟକୁ ଧରିଛି କ୍ରାଇମବ୍ରାଞ୍ଚ ଏସ ଟି ଏଫ ଟିମ । ଏସ ଟି ଏଫ ଟିମ ଦୁଇଟି ହାଥି ଦାନ୍ତ ଓ ବାଘ ଛାଲ ଜବତ କରିଥିବାବେଳେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଦୁଇ ବେପାରୀ କଟକର ନରସିଂହପୁରର ରମେଶ ପ୍ରତୀହାରୀ ଓ ଅନ୍ୟଜଣେ ନୟାଗଡ଼ର ବିମ୍ବାଧର। ତରେଇ । ଏମାନେ ବାହାର ରାଜ୍ୟକୁ ପାଞ୍ଚ ଲକ୍ଷ ଟଙ୍କାରେ ବିକ୍ରି କରିବା ପୂର୍ବରୁ ଧରପଡିଯାଇଛି । ସେହିପରି ବନ୍ୟଜନ୍ତୁଙ୍କୁ ଶିକାରୀ କରି ଶିକାରୀ ମାନେ ବେପାରୀଙ୍କୁ ଯୋଗାଉଛନ୍ତି । ଦୁଇଜଣଙ୍କୁ ଗିରଫ କରାଯାଇ ତାଙ୍କଠାରୁ ରାକେଟର ରୁଟ ଲାଇନ ପର୍ଯ୍ୟନ୍ତ ପହଂଚି ମାଷ୍ଟର ମାଇଣ୍ଡ କୁ ଗିରଫ କରିବାକୁ ଚାଲିଛି ଯୋଜନା । ଏହି ସଂଯୋଗରେ STF ଏମାନଙ୍କ ନାମରେ
379/411/120 (B) IPC ଏବଂ ୱାଇଲ୍ଡ ଲାଇଫ୍ (ସୁରକ୍ଷା) ଅଧିନିୟମ, 1972 ରେ ପଞ୍ଜିକୃତ କରିଛି । ଜବତ ହୋଇଥିବା ଚିତାବାଘ ଚର୍ମ ଏବଂ ହାତୀ ଦାନ୍ତକୁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ, ରାସାୟନିକ ପରୀକ୍ଷା ପାଇଁ ଦେହରାଡୁନ୍ ପଠାଇ ତଦନ୍ତ ଚାଲିବ ।
ଗତ ଏକ ବର୍ଷ ମଧ୍ୟରେ ବନ୍ୟଜନ୍ତୁ ଅପରାଧୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରାଇଭରେ ଜବତ ହୋଇଛି 13ଟି ଚିତ ବାଘ ଚର୍ମ, ୯ଟି ହାତୀ ଦାନ୍, ଦୁଇଟି ହରିଣ ଚର୍ମ, ତିନିଟି ଜୀବନ୍ତ ପାଙ୍ଗୋଲିନ୍ ଏବଂ 05 କିଲୋଗ୍ରାମ ପାଙ୍ଗୋଲିନ୍ କାତି ଏବଂ 27ଜଣ ବଣୁଆ ଗିରଫ ହୋଇଛନ୍ତି । ବନ୍ୟ ଜୀବନ ଅପରାଧୀଙ୍କ ବିରୋଧରେ ମୋଟ 15 ଟି ମାମଲା ରୁଜୁ ହୋଇଛି। ରାଜ୍ୟରେ ସଂଗଠିତ ଅପରାଧକୁ ରୋକିବା ପାଇଁ STF ହେଉଛି ଏକ ବିଶେଷ ୱିଙ୍ଗ୍ ତଦନ୍ତ ଚଲାଇଛି ହେଲେ ବନ୍ୟଜନ୍ତୁଙ୍କ ପ୍ରତି ଅଧିକ ବିପଦ ରହିଥିବାରୁ ତୁରନ୍ତ ଆହୁରି ଆକ୍ସନ ନେବା ଆବଶ୍ୟକ ରହିଛି ବୋଲି କହିଛନ୍ତି ପ୍ରାଣୀ ବିଶେଷଜ୍ଞ ।

related posts

Leave a Comment