Home Breaking News / ତାଜା ଖବର କରୋନାରେ ଯୁବ ବ୍ୟବସାୟୀ ମୃତ: ଗତ ପାଞ୍ଚ ଦିନ ମଧ୍ୟରେ ବେଲଗୁଣ୍ଠା ସହରରେ ପାଞ୍ଚ ମୃତ, ଲୋକଙ୍କ ମନରେ ଭୟ ସୃଷ୍ଟି କଲାଣି କରୋନାର ଦ୍ୱିତୀୟ ଲହର

କରୋନାରେ ଯୁବ ବ୍ୟବସାୟୀ ମୃତ: ଗତ ପାଞ୍ଚ ଦିନ ମଧ୍ୟରେ ବେଲଗୁଣ୍ଠା ସହରରେ ପାଞ୍ଚ ମୃତ, ଲୋକଙ୍କ ମନରେ ଭୟ ସୃଷ୍ଟି କଲାଣି କରୋନାର ଦ୍ୱିତୀୟ ଲହର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା(ସୁରେଶ କୁମାର ସୁବୁଦ୍ଧି): କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶ ପାଇଁ ପୁଣି ଥରେ ବିପତ୍ତି ନେଇ ଆସିଥିବା ବେଳେ ବହୁ ବ୍ୟକ୍ତିଙ୍କ ଜୀବନ ହାନି ଜନସାଧାରଣଙ୍କ ମନରେ ଆତଙ୍କ ଖେଳାଇଦେଇଛି ।କରୋନାର ପ୍ରଥମ ଲହରରେ ଗଞ୍ଜାମ ଜିଲ୍ଲା ହଟ୍ ସ୍ପଟ୍ ଥିଲା ବେଳେ ଦ୍ୱିତୀୟ ଲହର ମଧ୍ୟ ଗଞ୍ଜାମ ଜିଲ୍ଲାକୁ ଧିରେ ଧିରେ ଗ୍ରାସ କରିବାକୁ ଲାଗଛି ।ଗତ କିଛି ଦିନ ମଧ୍ୟରେ ବେଲଗୁଣ୍ଠା ସହରରେ ମଧ୍ୟ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିବା ବେଳେ ଆଜି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ସହରକୁ ସ୍ତବ୍ଧ କରିଦେଇଛି ।ଗୋପିନାଥ ସାହି ମେନ୍ ରୋଡ୍ ନିବାସୀ ତଥା ସହରର ବିଶିଷ୍ଟ ଯୁବ ବ୍ୟବସାୟୀ ରଞ୍ଜନ ପାତ୍ରଙ୍କ ଆଜି ଅକାଳ ମୃତ୍ୟୁ ଘଟିଛି ।ଗତ ଦଶ ଦିନ ତଳେ କରୋନାର ଲକ୍ଷଣ ଦେଖାଦେଇଥିଲା ।ସେ ନିଜକୁ ସଂଗରୋଧ କରି ରଖିଥିଲେ ।କିନ୍ତୁ ଚାରି ପାଞ୍ଚ ଦିନ ତଳେ ଅବସ୍ଥା ନ ସୁଧୁରିବାରୁ କରୋନା ପରୀକ୍ଷା କରାଇଥିଲେ ଏବଂ ରିପୋର୍ଟ ପତିଟିଭ୍ ଆସିଲା ପରେ ବ୍ରହ୍ମପୁର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ତାଙ୍କ ଶରୀରର ଅମ୍ଳଜାନ ସ୍ତର କମିଯାବାରୁ ଆ.ସି.ୟୁ ରେ ଭର୍ତ୍ତି ହୋଇଥିଲେ ।ଆଜି ଅପରାହ୍ନରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ସେ ଜଣେ ସରଳ,ମିଷ୍ଟଭାଷୀ,ପରୋପକାରୀ ଓ ଭଦ୍ର ବ୍ୟକ୍ତିତ୍ୱ ଭାବରେ ବେଲଗୁଣ୍ଠା ସହରରେ ପରିଚିତ ଥିଲେ ।ଏହା ସହିତ ସେ କଳିଙ୍ଗ ବୈଶ୍ୟ ଯୁବକ ସଂଘର ପୁର୍ବତନ ସଭାପତି ଥିଲେ ।ବର୍ତ୍ତମାନ ବେଲଗୁଣ୍ଠା ଏଫ୍.ଏମ.ସି.ଜି ବିତରକ ସଂଘର ସଭାପତି ରୁପେ ଦାୟିତ୍ୱ ତୁଲାଉଥିଲେ ।
ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।ସେହିପରି ବେଲଗୁଣ୍ଠାର ଅନ୍ୟ ଜଣେ ବୁଦ୍ଧିଜୀବୀ ତଥା ବେଲଗୁଣ୍ଠା କଳିଙ୍ଗ ବୈଶ୍ୟ ପ୍ରଥମ ସଂଘର ଉପଦେଷ୍ଟା ସତ୍ୟ ନାରାୟଣ ସୁବୁଦ୍ଧିଙ୍କ ମଧ୍ୟ ଦେହାନ୍ତ ହୋଇଯାଇଅଛି ।ସେ ବେଲଗୁଣ୍ଠା ୟସହରର ଜଣେ ବିଶିଷ୍ଟ ବୁଦ୍ଧିଜୀବୀ ତଥା ସତ୍ୟ ସାଇ ମନ୍ଦିରର ଆବାହକ ଥିଲେ ।ଉଭୟଙ୍କ ମୃତ୍ୟୁରେ ବେଲଗୁଣ୍ଠା ସହରରେ ଶୋକର ଛାୟା ଖେଳିଯାଇଛି ।ବେଲଗୁଣ୍ଠା ବଣିକସଂଘ,ପ୍ରେସ୍ କ୍ଳବ୍ ବେଲଗୁଣ୍ଠା,କଳିଙ୍ଗ ବୈଶ୍ୟ ସଂଘ ଓ ଡିଷ୍ଟ୍ରିବ୍ୟୁଟର ୟୁନିଅନ୍ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି ।ଏହିପରି ଗତ କିଛି ଦିନ ମଧ୍ୟରେ କୋଳି ସାହିର ଜଣେ ବୃଦ୍ଧା, ବାଲିଡି ସାହିର ଜଣେ ମହିଳା ଓ ହାଟପଦାର ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।ଏହା ଫଳରେ ବେଲଗୁଣ୍ଠା ସହରର ଏକ ପ୍ରକାର ଅଜଣା ଭୟ ସୃଷ୍ଟି ହୋଇଛି ।କରୋନା ଲକ୍ଷଣ ଥିଲେ ଏବଂ ତାକୁ ଲୁଚାଇଲେ ସ୍ୱାସ୍ଥ୍ୟ ବିଗିଡିବାର ସମ୍ଭାବନା ରହିଥିବାରୁ କୌଣସି ବ୍ୟକ୍ତିଙ୍କ ପାଖରେ ଲକ୍ଷଣ ଦେଖାଗଲେ ତୁରନ୍ତ କରୋନା ପରୀକ୍ଷା କରାଇବା ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଖବର ଦେବା ପାଇଁ ପ୍ରଶାସନ ତରଫରୁ ଅପିଲ କରାଯାଇଛି ।

related posts

Leave a Comment