Home Breaking News / ତାଜା ଖବର ଟିକିରି ବଣିକ ସଂଘର ପ୍ରଶଂସନୀୟ ପଦକ୍ଷେପ

ଟିକିରି ବଣିକ ସଂଘର ପ୍ରଶଂସନୀୟ ପଦକ୍ଷେପ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ୱର ରାଉତ): ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ର ଟିକିରି ସହର ର ବଣିକ ସଂଘ ର ନିଷ୍ପତିକୁ ସବୁଆଡୁ ପ୍ରସଂସାର ସୁଅ ଛୁଟିଛି l କରୋନା ଦ୍ବିତୀୟ ଲହର ସଂକ୍ରମଣରେ ଆଶଙ୍କାକୁ ପ୍ରତିହତ କରିବା ପାଇଁ ବଣିକ ସଂଘ ର ନିଷ୍ପତ୍ତି କ୍ରମେ ଆସନ୍ତା କାଲି ତା ୨୬/୦୪/୨୦୨୧ରୁ ମଇ ମାସ ୩୧/୦୫/୨୦୨୧ ପର୍ଯ୍ୟନ୍ତ ସୋମବାର ଠାରୁ ଶୁକ୍ରବାର ଦୋକାନ ଖୋଲିବା ସମୟ ସକାଳ ୭:୦୦ ଘଣ୍ଟା ଠାରୁ ଅପରାହ୍ନ ୨:୦୦ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ଖୋଲାଯିବ। ଏବଂ ଶନିବାର ଓ ରବିବାର ସମ୍ପୁର୍ଣ୍ଣ ବନ୍ଦ ରହିବ ଦୋକାନ ବଜାର। ଶନିବାର ଓ ରବିବାର ଦିନ ପନିପରିବା ଫଳ ଦୁଗ୍ଧ ଏହି ଦୋକାନ ସମୟ ୭:୦୦ଘଣ୍ଟାରୁ ୧୦:୦୦ ଘଣ୍ଟା ପର୍ଯ୍ୟନ୍ତ ଖୋଲାଯିବ। ଏହି ନିଷ୍ପତ୍ତି ବିଷୟରେ ପ୍ରଶାସନ କୁ ଅବଗତ କରାଯାଇଛି। ଏହା ସମ୍ପୁର୍ଣ୍ଣ ରୂପେ ଆମ ନିଜର ସୁରକ୍ଷା ପାଇଁ ଏକ ସତର୍କତା ମୂଳକ ପଦକ୍ଷେପ। ଏହି ବନ୍ଦ ଦିନ ଗୁଡ଼ିକରେ ସମସ୍ତେ ଘରେ ରହିବା, ନିହାତି ଜରୁରୀ ନ ହେଲେ ବାହାରକୁ ବାହାରିବା ନାହିଁ । ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇ କରୋନାର ଏହି ପ୍ରାଣଘାତୀ ଦ୍ବିତୀୟ ଲହର ସଂକ୍ରମଣ ବିରୁଦ୍ଧରେ ବିଜୟୀ ହେବା ପାଇଁ ସଂଘବଦ୍ଧ ଭାବେ ପ୍ରୟାସ କରିବା। ଏହା ଜନ ସାଧାରଣଙ୍କ ଅବଗତି ନିମନ୍ତେ କରିଥିବା ବେଳେ ଖାଉଟି ସଚେତନ ହୋଇ ପୂର୍ବରୁ ଅତି ଆବଶ୍ୟକୀୟ ଖାଦ୍ୟ ପଦାର୍ଥ କିଣି ଗଛିତ ରଖିବା ପାଇଁ କୁହାଯାଇଛି l ତତ ସଂଗେ ସଂଗେ ଅତି ଆବଶ୍ୟକୀୟ ଜିନିଷ କୁ କଳା ବଜାରୀ ନକରିବାକୁ ପ୍ରଶାସନ ଦୃଷ୍ଟି ରଖିବାକୁ ଜନ ସାଧାରଣ ନିବେଦନ କରିଛନ୍ତି l ଏହିଁ ପଦକ୍ଷେପ ଅନ୍ୟ ସହର ର ବଣିକ ସଂଘ ଓ ବ୍ୟବସାୟୀ ପାଳନ କରି ସ୍ୱତଃ ପ୍ରଭୁତ ହୋଇ ବ୍ୟବସ୍ଥା କଲେ ମହାମାରୀ ରୂ ସମସ୍ତଙ୍କୁ ରକ୍ଷା କରିବାରେ ସହାୟକ ହେବ ଲ

related posts

Leave a Comment