ଜଗତସିଂହପୁର(ସୁମନ ଜେନା): ଏକା ସାଙ୍ଗରେ 5ଟି ଦୋକାନରୁ ଚୋରି.. ସେ ପୁଣି ଥାନା ପାଖରୁ, ଗତକାଲି ରାତିରେ କୁଜଙ୍ଗ ଥାନା ନିକଟରେ ଥିବା 5ଟି ଦୋକାନରୁ ଚୋରି ହୋଇଛି.. ସେଥି ମଧ୍ୟରେ 4ଟା ମୋବାଇଲ ଦୋକାନ ଥିଲାବେଳେ ଗୋଟିଏ ଭେରାଇଟି ଷ୍ଟୋର ଥିବା ଜଣା ପଡିଛି… ଚୋରମାନେ ରାତି ଅଧରେ ଥାନା ପାଖ କଟକ ପାରାଦ୍ୱୀପ ମୁଖ୍ୟ ରାସ୍ତା କଡରେ ଥିବା ଦୋକାନ ମାନଙ୍କର ସଟର ତାଡି ମୋବାଇଲ ଓ ଦୋକାନ ସାମଗ୍ରୀ ଚୋରି କରି ନେଇଯିବା ସହିତ କ୍ୟାସରେ ଥିବା ଟଙ୍କା ସବୁ ନେଇଯାଇଥିବା ସୂଚନା ମିଳିଛି ତେବେ କୁଜଙ୍ଗ ଥାନାର ପାଚେରୀ କାନ୍ଥକୁ ଲାଗି ରହିଥିବା ଦୋକାନ ଗୁଡ଼ିକରୁ କେମିତି ଚୋରି କରିବାକୁ ସାହସ କଲେ ଏ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି.. ସୂଚନା ମୁତାବକ 2ବର୍ଷ ତଳେ ସେହି ଜାଗାରୁ ଚୋରି ହୋଇଥିଲା ବୋଲି ଶୁଣିବାକୁ ମିଳିଛି.. ଅନ୍ୟପଟେ କୁଜଙ୍ଗ ଅଞ୍ଚଳରେ ଚୋରି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ କେତେକ ନିଶାସକ୍ତ ଯୁବକ ଗ୍ୟାଙ୍ଗ କରି ଏହି ସବୁ ଚୋରି କରୁଥିବା ଶୁଣିବାକୁ ମିଳିଛି.. ତେବେ ଚୋରି କରୁଥିବା ସମୟରେ ସେମାନଙ୍କର ଫଟୋ ସିସିଟିଭି କ୍ୟାମାରା଼ରେ କଏଦ ହୋଇଥିବା ବେଳେ କୁଜଙ୍ଗ ପୋଲିସ କ୍ୟାମେରା ଫୁଟେଜ ଦେଖି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି
ଏକା ସାଙ୍ଗରେ ୫ଟି ଦୋକାନରୁ ଚୋରି
Share with