ମୁମ୍ବାଇର ୧୩୨ ରନର ବିଜୟ ଲକ୍ଷ୍ୟକୁ ପିଛାକରି ବଡ ବିଜୟ ହାସଲ କରିଛି ପଞ୍ଜାବ । ରାହୁଲ ଓ ଗେଲଙ୍କ ଅପରାଜିତ ଇନିଂସ ପଞ୍ଜାବକୁ ଏହି ବିଜୟ ଦେଇଛି । ରୋହିତ ୫୨ ବଲ୍ରେ ୬୩ ରନ୍ କରିଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍ରେ ୬ ୱିକେଟ ହରାଇ ମାତ୍ର ୧୩୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ରୋହିତଙ୍କ ବ୍ୟତୀତ ସୂର୍ଯ୍ୟ କୁମାର ଯାଦବ ୩୩ ରନ୍ର ଇନିଂସ ଖେଳିଥିଲେ । ପଞ୍ଜାବ ପକ୍ଷରୁ ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ ଖେଳୁଥିବା ରବି ବିଷ୍ଣୋଇ ୪ ଓଭର୍ରେ ୨ଟି ୱିକେଟ ନେଇ ମାତ୍ର ୨୧ ରନ୍ ଦେଇଥିଲେ । ଦୀପକ ହୁଡ୍ଡା ମଧ୍ୟ ୩ ଓଭର୍ରେ ମାତ୍ର ୧୫ ରନ୍ ଦେଇ ବିସ୍ଫୋରକ କ୍ୱିଣ୍ଟନ ଡି’କକଙ୍କ ୱିକେଟ ହାସଲ କରିଥୀଲେ । ଡି’କକଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଈଶାନ କିଶନ ମଧ୍ୟ ବଡ଼ ଶଟ୍ ଖେଳିବାକୁ ସମର୍ଥ ହୋଇ ନଥିଲେ। ରୋହିତ ବଲକୁ ଠିକ୍ ଭାବେ କନେକ୍ଟ କରିବାକୁ ସଂଘର୍ଷ କରିଥିଲେ। ଏସବୁ ଭିତରେ ୧୭ ବଲ୍ରେ ମାତ୍ର ୬ ରନ୍ କରି ଈଶାନ ସ୍ପିନର ରବି ବିଷ୍ଣୋଇଙ୍କ ଶିକାର ବନିଥିଲେ।
ସୂର୍ଯ୍ୟ କୁମାର ଯାଦବ ଆସିବା କ୍ଷଣି ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ହେଲେ ରୋହିତ ପୂର୍ବଭଳି ନିଜର ସଂଘର୍ଷ ଜାରି ରଖିଥିଲେ।
ରାହୁଲ ଓ ଗେଲ୍ ସୋ, ମୁମ୍ବାଇକୁ ୯ ୱିକେଟରେ ହରାଇଲା ପଞ୍ଜାବ
Share with
previous post