ଧର୍ମଗଡ(ରମେଶ ଚନ୍ଦ୍ର ଗୋପାଳ): ସାରା ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ କାୟା ବିସ୍ତାର କରିଥିବା ବେଳେ ରାଜ୍ୟ ସରକାର ଛତିଶଗଡ଼ ସୀମାନ୍ତ ଜିଲ୍ଲା ଗୁଡିକୁ ସପ୍ତାହନ୍ତ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି ।
ଧର୍ମଗଡ ସହର ଓ ଆଖପାଖ ଅଞ୍ଚଳରେ ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଛି ଧର୍ମଗଡ ଅଂଚଳର ବାଣିଜ୍ୟ ପେଣ୍ଠସ୍ଥଳୀ ହେତୁ ମହାମାରୀ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଧର୍ମଗଡ ବ୍ୟବସାୟିକ ସଂଘ ପ୍ରଶାସନ ସହିତ ଆଲୋଚନା ହେଲା ପରେ ଧର୍ମଗଡ ସହରକୁ ଆଜିଠୁ ଆସନ୍ତା ମେ ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ଦିନ ପାଇଁ ସଟାଡାଉନ ଘୋଷଣା କରିଛନ୍ତି।ଏଥିରେ ଗାଡି ମୋଟର ଚଳାଚଳ ବନ୍ଦ ରହିଥିବା ବେଳେ ଔଷଧ ଦୋକାନ,ପେଟ୍ରୋଲ ପମ୍ପ ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଗୁଡିକ ମଧ୍ୟ ବନ୍ଦ ରହିଛି । ଏ ନେଇ ଧର୍ମଗଡ ପ୍ରଶାସନ ଦ୍ୱାରା ଛତିଶଗଡ଼ ଓ କଳାହାଣ୍ଡି ସୀମାନ୍ତ ଗାଁ ମାନଙ୍କରେ ଧର୍ମଗଡ ପ୍ରଶାସନ ଦ୍ୱାରା ସିଲ କରି ଛତିଶଗଡ଼ ବାସୀଙ୍କୁ କଳାହାଣ୍ଡି ଭିତରକୁ ପ୍ରବେଶ ମନା କରିଛନ୍ତି ଓ ମୁଖ୍ୟ ସୀମା ସନ୍ଧିକୁଲିହାରି ଠାରେ ପ୍ରଶାସନ ଦ୍ୱାରା କ୍ୟାମ୍ପ କରି ୨୪ଘଣ୍ଟା ପୋଲିସ ଓ ସ୍ଥାନୀୟ ପ୍ରଶାସନ ଅଧିକାରୀ ଛତିଶଗଡ଼ ଲୋକେ ପ୍ରବେଶ ନ କରିବା ପାଇଁ ପ୍ରହରା ଦେଇଛନ୍ତି ।
ମହାମାରୀ କରୋନା ବୃଦ୍ଧିକୁ ନିୟନ୍ତ୍ରଣ ପାଇଁ ଧର୍ମଗଡ ସହର ୯ ଦିନ ପାଇଁ ସଟଡାଉନ
Share with