ରାୟଗଡା(ଧନେଶ୍ୱର ରାଉତ): ମହାମାରୀ କରନା ସଂକ୍ରମଣ ରୂ ଜନ ସାଧାରଣଙ୍କୁ ରକ୍ଷା କରିବାକୁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଡ଼କାଯାଇଥିବା ତାଲା ବନ୍ଦ ର ପ୍ରଭାବ ପଡିଛି l ପ୍ରତି ସହର ଅଞ୍ଚଳରେ ଶନିବାର ରବିବାର ତାଲା ବନ୍ଦ ଘୋଷଣା କରାଯାଇ ଥିଲା ତାର ପ୍ରଭାବରେ ଜିଲ୍ଲା ସଦର ମହକୁମାରୁ କୌଣସି ବସ ଗାଡି ଯାତାୟାତ କରୁ ନଥିବା ଦେଖିବାକୁ ମିଳିଛି l ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ହଇରାଣ ହୋଇ ସମସ୍ୟାର ସମୁଖୀନ ହେଉଥିବାର ଦେଖିବାକୁ ମିଳିଛି l ଜିଲ୍ଲାର ସବୁ ଦୋକାନ ବଜାର ବନ୍ଦ ରହିଛି ସମସ୍ତେ ସ୍ୱତଃ ପ୍ରବୃତ୍ତରେ ବନ୍ଦ ରଖି ତାଲା ବନ୍ଦକୁ ସପଟ କରିଛନ୍ତି l ଜିଲ୍ଲା ବସ ଷ୍ଟାଣ୍ଡ, ଜୟପୁର ଛକ, ଷ୍ଟେଟ ବ୍ୟାଙ୍କ ଛକ, ରେଳବାଇ ଛକ ତୁମ୍ବିଗୁଡା ଛକ ଠାରେ ପୋଲିସ ବାରିକେଟ କରି ଯିବା ଆସିବା ଲୋକଙ୍କୁ ଓ ଗାଡିକୁ ଭଲ ଭାବେ ତନଖି କରି ଆସିବା କାରଣ ପଚାରି ଅତି ଆବଶ୍ୟକତା ଥିଲେ ଛାଡୁ ଛନ୍ତି ନଚେତ ଫାଇନ କାଟି ଏଭଳି ନକରିବାକୁ ତାଗିଦ କରୁଛନ୍ତି l ଉପ ଜିଲ୍ଲାପାଳ ପ୍ରତାପ କୁମାର ପ୍ରଧାନ ଏକ ସ୍ୱତନ୍ତ୍ର ଟିମ ସହ ସାହାରରେ ପଇଁତରା ମାରିଛନ୍ତି l ପ୍ରକାଶ ଯୋଗ୍ୟ ଏହିକିଯେ ଗତ କିଛି ଦିନ ହେଲା ଜିଲାରେ କରନା ରୋଗୀ ବଢ଼ି ଚାଲିବା ସହ କିଛି ରୋଗୀ ମୃତ୍ୟୁ ବରଣ କରିଥିବା ନଜରକୁ ଆସିଛି l ଦ୍ୱତୀୟ ସଂକ୍ରମଣ ବଢ଼ି ଚାଲିବା ପରେ ମୃତ୍ୟୁ ସଂଖ୍ୟା ଅଧକରୁ ଅଧିକ ହେଉଥିବା ଯୋଗୁଁ ପ୍ରଶାସନ ଆତଙ୍କିତ ହେଇଛନ୍ତି ତେଣୁ ସାବଧାନତା ପଦକ୍ଷେପ ଅନୁସାରେ ଘର ଘର ବୁଲି ନମୁନା ସଂଗ୍ରହ କରି କୁମ୍ଭ ମେଳା ଯାଇ ଫେରିଥିବା ଲୋକଙ୍କୁ ଟ୍ରେସ ଆଉଟ କରି ପରୀକ୍ଷା ନିରୀକ୍ଷ କରାଯାଉଥିବା ପ୍ରଶାସନ କହିଛି l ଏହି ବନ୍ଦ ଦୁଇ ଦିନ ଧରି ଚାଲୁ ରହିବ ଲା
ରାୟଗଡାରେ ସପ୍ତାହାନ୍ତ ତାଲାବନ୍ଦର ପ୍ରଭାବ
Share with
previous post