Home Breaking News କଲ୍ୟାଣସିଂହପୁର ପାଇଖାନା ନିର୍ମାଣରେ ମହା ଘୋଟଲା ନିରପେକ୍ଷ ତଦନ୍ତ ଦାବିକଲା ଭାଜପା

କଲ୍ୟାଣସିଂହପୁର ପାଇଖାନା ନିର୍ମାଣରେ ମହା ଘୋଟଲା ନିରପେକ୍ଷ ତଦନ୍ତ ଦାବିକଲା ଭାଜପା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ୱର ରାଉତ): ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ ପ୍ରାୟ ଆସି ପ୍ରତିଶତ ଦାରିଦ୍ର ସୀମାରେଖା ତଳେ ବସବାସ କରନ୍ତି l ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ପରିମଳ ଯୋଜନାରେ ପ୍ରତି ଆର୍ଥିକ ଅନଗ୍ରସର ପରିବାରକୁ ବ୍ୟକ୍ତିଗତ ପାଇଖାନା ଯୋଜନା ଯୋଗାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରି ଏକ ପାଇଖାନା କୁ 12000 ଲେଖାଏଁ ଟଙ୍କା ଯୋଗାଇ ଦେଇଛନ୍ତି l କିନ୍ତୁ ତାହା ରାୟଗଡା ଜିଲାରେ ସଫଳ ନ ହୋଇ ବାଟ ମାରଣ ହେଇଥିବାର ଦେଖିବାକୁ ମିଳିଛି l ରାୟଗଡା ଜିଲାରେ ସମୁଦାୟ 2673 ଗ୍ରାମର ଦାରିଦ୍ର ସୀମାରେଖା ତଳେ ବାସ କରୁଥିବା ସମସ୍ତ ପରିବାରକୁ ପାଇଖାନା ଯୋଗାଇ ଦିଆଯାଇଛି l ଏହି ପରିପ୍ରେକ୍ଷୀରେ ଏହା ବାଟ ମାରନା ହେବାସହ ଯୋଜନାର ସଫଳ ହେବା ଭଳି ଦେଖାଯାଉନି l ଗୁଣୁପୁର, ପଦ୍ମପୁର, କଲନରା, କାଶୀପୁର, ଗୁଡ଼ାରୀ, କଲ୍ୟାଣସିଙ୍ଘପୁର ବ୍ଲକ ମାନଙ୍କରେ ବହୁତ ଅନିୟମିତତା ହେଇଥିବା ଦେଖିବାକୁ ମିଳିଛି l କଲ୍ୟାଣସିଙ୍ଘପୁର ବ୍ଲକ ର ବେନିଫିସେର ସଂଖ୍ୟା ପ୍ରାୟ ଏଗାର ହଜାରରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l କିନ୍ତୁ ପରଶାଲୀ, ପାଲାମା, ସେରିଗୁମା, ସୁନାଖଣ୍ଡି, ବୁଡ଼ାଗୁଡ଼ା, ଶିକାରପାଈ ପଞ୍ଚାଯତ ମାନଙ୍କରେ ବଡ଼ ଘୋଟଲା ହେଇଥିବା ଜଣାପଡିଛି l କେଉଁଠି କୁଣ୍ଡ ହେଇନି ତ କେଉଁଠି ତିଆରି ହେଉ ହେଉ ଭୁଶୁଡି ଯାଇଛି ଏହା ପ୍ରଦତ୍ତ ଫଟୋ ଚିତ୍ରରେ ସ୍ୱଷ୍ଟ ଜଣା ପଡୁଛି l ସୁନାଖଣ୍ଡି ର ନନ୍ଦିନୀ ଗ୍ରାମରେ ସେପ୍ଟିକ ଟାଙ୍କି ଠିକ ଭାବରେ ହେଇନି ଏପରିକି କେତେକ ଜାଗାରେ ଟାଙ୍କି ନ ଥାଇ ବିଲ ହେଇଛି ରାଇଲାମର ପାଇଖାନା କଥା କହିଲେ ନ ସରେ ତାହା ତଦନ୍ତ କଲେ ଜଣା ପଡିବ ବୋଲି ଜନ ସାଧାରଣଙ୍କ ମତ l ପରଶାଲୀ ର କିଛି ଠିକାଦାର ଅଭିଯୋଗ କରିଛନ୍ତି କି ତାଙ୍କର ସତୁରି ରୂ ଉର୍ଦ୍ଧ ପାଇଖାନା ଘର ତିଆରି ହେଇ ଦୁଇ ବର୍ଷ ହେଲେଣି ଏପର୍ଯ୍ୟନ୍ତ ବିଲ ପାଇଁ ପାରୁନାହାନ୍ତି l ସେହିଭଳି ପରଶାଲୀ ପଞ୍ଚାୟତ ଡଙ୍ଗମାଟି, ଲମ୍ବା, ଗୁମା, ର ଲୋକଙ୍କ ବିଲ ହୋଇ ନଥିବା ବେଳେ ସାନ ଓ ବଡ଼ ଡେଂଗିଂନୀଲୀ, ଲାଖ ପଦର ରେ ଖାଲି ଟିଣ ଘୋଡାଇ ବିଲ ଉଠାଇ ନେଇଥିବା ଖବର ରହିଛି l ଏନେଇ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ସନ୍ତୁଷ୍ଟ ଜନକ ଉତ୍ତର ଦେଇ ପାରିନଥିବା ବେଳେ ବି ଡି ଓ ଅନୁପ ଅଭିଷେକ ପଣ୍ଡା ଟ୍ରେନିଂ ଯାଇଥିବା କହିଛନ୍ତି ଆସିଲେ ବୁଝିବି ତାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି l ଏ ନେଇ ପରଶାଲୀ ସରପଞ୍ଚ ବାମ କାଡ୍ରାକା ଙ୍କୁ ଯୋଗାଯୋଗ କରାଯିବାରୁ ତାହା ସମ୍ଭବ ହୋଇ ପାରିଲା ନାହିଁ l ଏହାର ନିରପେକ୍ଷ ତଦନ୍ତ ଦାବୀ କରିଛି ଭାଜପା ଏକ ସର୍ବ ଦଳୀୟ ଗଠନ କରି ତଦନ୍ତ କରାଯାଉ l ଏହି ଦୁର୍ନୀତିରେ ଠିକାଦାର ଠାରୁ ବିଭାଗୀୟ ଯନ୍ତ୍ରୀ ଅଧିକ ସମ୍ପୃକ୍ତ ତେଣୁ ଦୁର୍ନୀତି ନିବାରଣ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବାକୁ ଦାବୀ କରିଛି ନଚେତ ଆଗାମୀ ଦିନରେ ଅଧିକରୁ ଅଧିକ ତୀବ୍ରତର ହେବ ବୋଲି ଶିକାରପାଈ ମଣ୍ଡଳ ଚେତାବନୀ ଦେଇଛି ଲା

related posts

Leave a Comment