Home Breaking News / ତାଜା ଖବର ପ୍ରଶାସନର ତାଗିଦ୍ ନିୟମରେ ଖିଲାପ କଲେ ଜୋରିମାନା ସହ ଦୋକାନ ହେବ ସିଲ୍

ପ୍ରଶାସନର ତାଗିଦ୍ ନିୟମରେ ଖିଲାପ କଲେ ଜୋରିମାନା ସହ ଦୋକାନ ହେବ ସିଲ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ସାରା ବିଶ୍ବରେ କୋଭିଡ -୧୯ କଟକଣା ଜାରି କରାଯାଇଛି।କରୋନା ମହାମାରୀର ଦ୍ବିତୀୟ ଲହର ଭୟଙ୍କର ଭାବେ ସଂକ୍ରମଣ ହୋଇ ମାଡି ଆସୁଥିବାରୁ ସରକାର ଏବଂ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରତ୍ୟେକ ଦିନ ଶହଶହ ହଜାରହଜାର ସଂଖ୍ୟକ ଲୋକ ସଂକ୍ରମଣ ହେଉଛନ୍ତି।ସେଥିରୁ କେହି ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ‌ ଆଉ କେହି ମୃତ୍ୟୁବରଣ କରି ସ୍ମଶାନ ଘାଟକୁ ଯାଉଛନ୍ତି।ଏହି ଭୁତାଣୁ ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ସରକାରଙ୍କ ବିଭିନ୍ନ ନିତି ନିୟମରେ ଚାଲିବାକୁ ପଡିବ ଲୋକଙ୍କୁ। ଏନେଇ ଶନିବାର ରାଇକିଆ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ, ଥାନାଧିକାରୀ ତରୁଣ ତପନ ବେହେରା ଅତିରିକ୍ତ ତହସିଲଦାରଙ୍କ ସହ ପୋଲିସ ବାହିନୀ ପକ୍ଷରୁ ରାଇକିଆ ଅଞ୍ଚଳର ପ୍ରତ୍ୟେକ ବ୍ୟବସାୟ ପ୍ରତିଷ୍ଠାନ ବୁଲି ବୁଲି ଦୋକାନିଙ୍କୁ ମାସ୍କ ବ୍ୟବହାର,ସାମାଜିକ ଦୂରତା, ସାନିଟାଇଜର କରିବା ସହ ଦୋକାନ ସମ୍ମୁଖରେ ଗୋଲେଇ କରି ବାଡ଼ ଦେଇ ଅଯଥାରେ ଭିଡ଼ ନକରିବା ପାଇଁ ସଚେତନତା କରାଯାଇଥିଲା।ଏହାର କୈାଣସି ପ୍ରକାରେ ଦୋକାନି ଖିଲାପ କଲେ ଜୋରିମାନା ଆଦାୟ କରାଯିବା ସହ ଦୋକାନକୁ ସିଲ୍ କରାଯିବା ପାଇଁ ମଧ୍ୟ ପ୍ରଶାସନ ତରଫରୁ ତାଗିଦ୍ କରାଯାଇଛି।
ରାଇକିଆ ବ୍ଲକ୍ ରେ ବର୍ତ୍ତମାନ ସୁଦ୍ଧା ସ୍ଥିତି ଠିକ୍ ରହିଛି। ଆଗକୁ ଯେପରି ସଂକ୍ରମଣ ବୃଦ୍ଧି ନପାଇବ ସେଥିପ୍ରତି ଲୋକେ ସଚେତନତା ରହିବା ସହ ପ୍ରଶାସନ ସଜାଗ ରହିଛି। କୋଭିଡ-୧୯ ପାଇଁ ଅସ୍ଥାୟୀ ମେଡିକାଲ୍ ପ୍ରସ୍ତୁତ ରଖାଯାଇଛି।ଆଶା, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ବାସ୍ଥ୍ୟ କର୍ମୀ ଘରଘର ବୁଲି ସଚେତନତା କରାଯାଉଛି। ସରକାରଙ୍କ ଗାଇଡ ଲାଇନ୍ ଅନୁଯାୟୀ ସହରାଞ୍ଚଳରେ ହିଁ ଶନିବାର ଓ ରବିବାର ସଡ୍ ଡାଉନ୍ କରାଯାଉଛି। ରାଇକିଆ ଗ୍ରାମାଞ୍ଚଳ ହୋଇଥିବା ଯୋଗୁଁ ଏଥିରୁ ବାଦ ପଡିଛି।ତେଣୁ ଏହି ନିୟମ ଲାଗୁ କରାଯାଇନି। କିନ୍ତୁ ରାଇକିଆ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।ଦୋକାନ ବଜାର ଖୋଲା ରହିଛି, ଗାଡ଼ି ମଟର କିଛି ମାତ୍ରାରେ ଚଳାଚଳ କରୁଛି, ରାସ୍ତା ଘାଟ ଶୁନଶାନ୍ ହୋଇଛି ଏବଂ ଲୋକେ ଘରେ ରହିଥିବା ବେଳେ କାଁ ଭାଁ ଲୋକେ ବଜାରରେ ଥିବା ଦେଖିବାକୁ ମିଳିଥିଲା। ଲୋକଙ୍କ ମୁହଁରେ ମାସ୍କ ରହିଥିବା ଦେଖିବାକୁ ମିଳୁଛି।

related posts

Leave a Comment