ମାଲକାନଗିରି(ସଞ୍ଜୟ ଢ଼ାଲି): କମାଳିଗୁଡା ନିକଟସ୍ଥ ବହିଯାଉଥିବା ତମସା ନଦୀ କୂଳରେ ବନ ବିଭାଗ ଛଡାଉ କରି ପ୍ରଚୁର ପରିମାଣର କାଠ ଜବତ କରିଛନ୍ତି।ଆଜି ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ଙ୍କ ନିର୍ଦେଶରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଶୋଇ ଏକ ଟିମ କରି ଛଡାଉ କରିଥିଲେ।ଛଡାଉ ରେ 9 ଗୋଟି ସଗୁଆନ ଗଣ୍ଡି ଓ 34 ଗୋଟି ସଗୁଆନ ପଟ୍ଟା ବନ ବିଭାଗ ଜବତ କରିଛନ୍ତି।ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଶ୍ରୀ ବିଶୋଇ ସୂଚନା ଦେଇଛନ୍ତି।ଘଟଣା ସ୍ଥଳେ 2ଜଣ ସନ୍ଦିଗ୍ଧ ଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବାର ଦେଖଗିବାକୁ ମିଳିଛି।ଘଟଣା ର ସମ୍ପୂର୍ଣ୍ଣ ତଥ୍ୟ ଓ ମୁଖ୍ୟ ଆସାମୀ କୁ ଧରିବା ପାଇଁ ଅଧିକା ତଦନ୍ତ ଚାଲୁଅଛି ବଳି ଜଣେଇଛନ୍ତି।ବନ ବିଭାଗ ବନ ଅପରାଧ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।
ଏଠାରେ ପ୍ରକାଶ ଥାଉକି ଗତ 15 ଦିନ ମଧ୍ୟରେ ତମସା ନଦୀକୂଳରେ ଚଡାଉ କରି 2ଗଟି ଟ୍ରାକ୍ଟର ସହ ପ୍ରଚୁର ପରିମାଣର କାଠ ଜବତ କରିବା ସହ 4ଜଣ ଆସାମୀ ଙ୍କୁ କୋଟ ଚାଲାଣ କରିଥିବା ଆମେ
ଦେଖାଇ ଥିଲୁ।
ଆଜିର ଚଡାଉ ରେ କମାଳିଗୁଡା ପୂର୍ବତନ ସରପଞ୍ଚ ଓ ଗ୍ରାମବାସୀଙ୍କ ସହଯୋଗ ରେ ସଫଳ ହେଇଥିବା ଶ୍ରୀ ବିଶୋଇ ସୂଚନା ଦେଇଛନ୍ତି।ଚଡାଉ ରେ ଅନ୍ନତମ ଅଧିକାରୀ ମାନେ ହେଲେ mv17 ନମ୍ବର ବନପାଳ ଦିବାକର ଜେନା , ମାଲକାନଗିରି ବନପାଳ ମୁରଲୀ ଧର ଅନୁଗୁଳିଆ ,ରାଜେଶ ସେଠି ଙ୍କ ସହ ବନରକ୍ଷୀ ବଂସୁରକ୍ଷା ଟିମ ଉପସ୍ଥିତ ଥିବାରେ ଦେଖିବାକୁ ମିଳିଥିଲା।।।
ବନ ବିଭାଗ ଦ୍ଵାରା ବିପୁଳ ପରିମାଣର କାଠ ପଟ୍ଟା ଜବତ
Share with
previous post