ଯାଜପୁର:ପ୍ରବଳ ଗ୍ରୀଷ୍ମପ୍ରବାହର ଉତ୍ତାପକୁ ଅନୁଭବ କରି ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ଶଂଖଚିଲା ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ସ୍କାଉଟ ଆଣ୍ଡ ଗାଇଡ଼ ବିଭାଗ ପକ୍ଷରୁ ସ୍ଥାନୀୟ ବ୍ୟାସନଗର ଅଞ୍ଚଳରେ ଗତ ଏପ୍ରିଲ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ତ୍ରିଦିବସିୟ ଔଷଧୀୟ ଜଳ ବଣ୍ଟନ ଓ ସାମାଜିକ ଦୂରତା ପାଳନ ସହ ଜନସାଧାରଣଙ୍କୁ କରୋନା ସମ୍ପର୍କରେ ସଚେତନ କରାଯାଉଥିବାର ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମ ଖମଣ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଥିବାବେଳେ ଏହାକୁ ପ୍ରଧାନ ଶିକ୍ଷୟିତ୍ରୀ ମିରିନା ମହାନ୍ତି ଉଦଯାପିତ କରିଥିଲେ।ଏହି କାର୍ଯ୍ୟକ୍ରମକୁ “ମୋ ସ୍କୁଲ ଅଭିଯାନ କମିଟି”ର ସଭାପତି ଦିଲ୍ଲୀପ ସାହୁ,ଏକତା ମଞ୍ଚର ସମ୍ପାଦକ ଅକ୍ଷୟ ଜେନା,ଗାଇଡ଼ କ୍ୟାପଟେନ ଶ୍ରୀମତୀ ସଂଯୁକ୍ତା ମହାପାତ୍ର, ସ୍କାଉଟ ମାଷ୍ଟର ଘନଶ୍ୟାମ ନାୟକ, କ୍ରୀଡା ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ସାହୁ,ସହକାରୀ ଶିକ୍ଷକ ନୟନଦୀପ୍ତ ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରୁଥିବାର ଦେଖିବାକୁ ମିଳିଥିଲା।ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ମାକ୍ସ,ହ୍ୟାଣ୍ଡ ଗ୍ଲୋବସ,ସାନିଟାଇଜର, ଓଆରଏସ ଆଦି ବଣ୍ଟନ କରାଯାଇଥିଲା।
ତ୍ରିଦିବସିୟ କରୋନା ସଚେତନତା ଓ ଔଷଧୀୟ ଜଳ ଛତ୍ର ଦାନ
Share with
previous post