ପାଟଣାଗଡ଼(ପ୍ରିୟବ୍ରତ ସରାଫ): ଓଡ଼ିଶାର ଦାଦନ ଜିଲ୍ଲା କହିଲେ ବଲାଙ୍ଗିର ଜିଲ୍ଲା ର ପାଟଣାଗଡ଼ ଉପଖଣ୍ଡ ର ବେଳପଡା ଅଞ୍ଚଳକୁ ବୁଝାଏ। ପ୍ରତିବର୍ଷ ସର୍ଦାରଙ୍କ ଠାରୁ ଅଗ୍ରୀମ ବଇନା ନେଇ ହଜାର ହଜାର ଦାଦନ ନିଜର ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ ଯାଇଥାନ୍ତି। କିନ୍ତୁ ସେଠାରେ ଦାଦନ ଶ୍ରମିକ ମାନେ ନିର୍ଯାତନା ଶିକାର ହେଉଥିବା ବେଳେ ଆଉ କେତେକ ବିକାଳଙ୍କ ହୋଇ ମୃତ ଶବ ଫେରୁଥିବା ନଜର ମଧ୍ୟ ରହିଛି।ଏଭଳି ନିର୍ଯାତନା ଶିକାର ହୋଇଥିବା ଏକ ଭି ଡି ଓ ଅର୍ଗସ ହାତରେ ଲାଗିଛି । ବେଳପଡା ବ୍ଲକ ଅନ୍ତର୍ଗତ ସୁଲେକେଲା ପଞ୍ଚ।ୟତ ର ଚନ୍ଦ୍ରପୁର ଗାର କିଛି ଶ୍ରମିକମାନେ ଆନ୍ଧ୍ରପ୍ରଦେଶର ବିଜେନଗରମ ଥାନା ନିର୍ମଳା ଗାଁ ଜାରଦାପଟା ର ମାଲିକ କ୍ରୀଷ୍ଣ। ରାଓ ସେଠାରେ ଶ୍ରମିକମାନେ ଦିନ ରାତି 19 ଘଣ୍ଟାକାମ କରୁଥିଲେ ମଧ୍ୟ ସେମାନଙ୍କୁ 24 ଘଣ୍ଟା କାମ କରିବାକୁ କହୁଛି। ଯଦି 24 ଘଣ୍ଟା କାମ ନ କଲେ ତୁମକୁ ଖାଇବାକୁ ଦିଆଯିବ ନାହିଁ ବୋଲି ଧମକ ଚମକ ଦେଉଥିବାର ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଦୀର୍ଘ 5 ମାସ ହେବ କାମ କରୁଥିଲେ ଯିବା ଯିବା ସମୟରେ ଆଉ 2 ରୁ 4 ସପ୍ତାହ କାମ କରିବାର ଥିଲା ଗତ ରବିବାର ଦିନ 18 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ଖାଇବା ପାଇଁ ଚାଉଳ ନ ଦେବାରୁ ସେମାନେ ଭୋକ ଉପାସରେ ରହି ଆମେ ଆମ ଗାଁକୁ ଫେରି ବାକୁ ଆସୁଥିବା ସମୟରେ ଅଧା ବାଟରୁ ଆମକୁ ଧରି ଆଣି କାରଖାନା ରେ ରଖିଛି। ଏଠାରେ ପ୍ରକାଶ ଯେ ଉକ୍ତ ଶ୍ରମିକମାନଙ୍କୁ ବେଳପଡା ଅଞ୍ଚଳର ଦାଦନ ସର୍ଦାର ଝଙ୍କ।ର ଚନ୍ଦ୍ରପୁର ର କୀର୍ତ୍ତନ ମହାଳିଙ୍ଗ ବୋଲି ଜଣାପଡିଛି। ଏବେ ସେମାନେ ଉଦ୍ଧାର ପାଇଁ ଏକ ଭିଡିଓ ମାଧ୍ୟମରେ କହିଛନ୍ତି।
ଦାଦନ ଶ୍ରମିକ ନିର୍ଯାତନାର ଶିକାର
Share with
previous post