ଭୁବନେଶ୍ୱର(ଶ୍ରୀନିବାସ ପଟ୍ଟନାୟକ): ସଟଡାଉନ ରାଜଧାନୀ । ସକାଳୁ ସକାଳୁ ଛକ ଛକରେ ପୋଲିସ ଛାଉଣୀ । କୋରନାର ଦ୍ୱିତୀୟ ଲହରୀ ପାଇଁ ସପ୍ତାହନ୍ତ ସଟ ଡାଉନର ଆଜି ହେଉଛି ପ୍ରଥମ ଦିନ । ଦୁଇ ଦିନ ଧରି ରାଜ୍ୟକୁ ବନ୍ଦ କରାଯାଇଥିବାରୁ ଏହାର ପ୍ରଭାବ ସିଧାସଳଖ ରାଜଧାନୀରେ ଅଧିକ ଦେଖିବାକୁ ମିଳିଛି । ସୁନ ସାନ ହୋଇପଡିଛି ରାସ୍ତାଘାଟ ଗଳିକନ୍ଦି। ଆମାନିଆଙ୍କ ପାଇଁ ଜଗିଛି ଖାକି ଜୋରଦାର ଚେକିଂଗ କରୁଛନ୍ତି ପୋଲିସ । ପ୍ରତିଟିର ଗାଡି ସହ ଲୋକଙ୍କର ପରିଚୟ ପତ୍ର ଦେଖାଇ ଛଡା ଯାଉଛି । 52 ଟି ଚେକିଂ ପୋଷ୍ଟ ସହ ୧୫ ୦ ଜଣ ଅଧିକାରୀଙ୍କୁ ନେଇ ଆରମ୍ଭ ହୋଇଥିଲା ପ୍ରଥମ ଦିନର ସଟଡାଉନ । କୋଭିଡର ଦ୍ୱିତୀୟ ଲହରୀର ପ୍ରଥମ ସଟଡାଉନ । ଭୁବନେଶ୍ୱର ସହରକୁ ଢାଙ୍କି ଦେଇଛି କୋରନାର ମାରାତ୍ମକ ଜୀବାଣୁ । ସୂର୍ଯ୍ୟ ଉଦୟ ହେବା ପରେ ଆରମ୍ଭ ହୋଇଯାଇଥିଲା ସଟ ଡାଉନ ଚେକିଂ । ଛକ ଛକରେ ଛାଉଣୀ ହୋଇପଡିଥିଲେ ପୋଲିସ । ବ୍ୟାରିକେଡ ଲଗାଯାଇ ଆରମ୍ଭ ହୋଇଯାଇଥିଲା ଲୋକଙ୍କୁ ପଚରାଉଚରା । କୁଆଡେ ଯାଉଛ । କାହିଁକି ଘରୁ ବାହାରୁଛ । ପରିଚୟ ପତ୍ର ଦେଖାଅ। ଏଭଳି ଭାବେ ଗୋଟିଏ ଗୋଟିଏ କରି ଲୋକଙ୍କୁ ମଗୁଥିଲା ପୋଲିସ । ଏମିତିକି ଯେଉଁମାନେ ପରିଚୟ ଦେଖେଇପାରୁନାହାଁନ୍ତି ସେମାନଙ୍କୁ ଜୋରିମାନା ଆଦାୟ କରିଛି ପୋଲିସ । ସଟ ଡାଉନ ପାଇଁ ନାହି ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଟ୍ରେନ ଯାତ୍ରୀ । ସକାଳୁ ସକାଳୁ ଟ୍ରେନରେ ଓଲ୍ହାଇବା ପରେ ଗମନାଗମନ ପାଇଁ ଅଟୋ ମିଳୁଥିବାରୁ ଚାଲି ଚାଲି ଯିବାକୁ ପଡିଥିଲା । କୋଭିଡ ନିୟମର ଉଲଂଘନ ଯେଭଳି ନହେବ ସେଥିପାଇଁ ପୋଲିସ କମିଶନରଙ୍କ ତାଗିଦ ପରେ ଭୁବନେଶ୍ୱରର ସମସ୍ତ ପୋଲିସ ମାନେ ସଜାଗ ହୋଇପଡିଥିଲେ । ନିଜେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏଜି ଛକକୁ ଆସି ତଦାରଖ କରିଥିଲେ । ଚେକିଂଗ ସମୟରେ ହେଉ ବା ପରେ କିଭଳି ନିଜେ ନିରାପଦ ରହିବା ସହ ଲୋକଙ୍କ ସଂସ୍ପର୍ଶରେ ନଆସିବେ ତାହା ପରାମର୍ଶ ଦେଇଛନ୍ତି । ସବୁ ଛକ ଗଲି କନ୍ଦି , ମାର୍କେଟ , ଦୋକାନ ବଜାର ବନ୍ଦ ହୋଇରହିଥିବାରୁ ସୁନ ସାନ ହୋଇପଡିଛି ସହର । ସେପଟେ ଗତ ବର୍ଷ ଯେଉଁ ପୋଲିସ ଅଧିକାରୀ ମାନଙ୍କୁ କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଥିଲେ ସେମାନେ ଏହି ଦ୍ଵିତୀୟ ଲହରୀକୁ ଅଧିକ ଗୁରୁତର ସହ ନିଅନ୍ତୁ ବୋଲି ସଚେତନତା କରିଥିଲେ।
ସଟଡାଉନ ପ୍ରଭାବ: ଖାଁ ଖାଁ ରାଜଧାନୀ
Share with