Home Breaking News / ତାଜା ଖବର ଦଳିତ ବସ୍ତି ପାଖରୁ ଦେଶୀ ମଦଭାଟି ଓ ବିଦେଶୀ ମଦ ଦୋକାନ ଓ ଅପସପ ସାତ ଦିନ ମଧ୍ୟରେ ସ୍ଥାନାନ୍ତର ନହେଲେ ଆନ୍ଦୋଳନ

ଦଳିତ ବସ୍ତି ପାଖରୁ ଦେଶୀ ମଦଭାଟି ଓ ବିଦେଶୀ ମଦ ଦୋକାନ ଓ ଅପସପ ସାତ ଦିନ ମଧ୍ୟରେ ସ୍ଥାନାନ୍ତର ନହେଲେ ଆନ୍ଦୋଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ସାତ ଦିନ ମଧ୍ୟରେ ବିନିକା ସହରର ବ୍ୟସ୍ତବହୁଳ ମୁଖ୍ୟ ରାସ୍ତା କଡ଼ରେ ଥିବା ଦଳିତ ବସ୍ତି ପାଖରୁ ଦେଶୀ ମଦଭାଟି ଓ ବିଦେଶୀ ମଦ ଦୋକାନ ଓ ଅପସପ ସ୍ଥାନାନ୍ତର କରିବାକୁ ଦାବି ହୋଇଛି । ପ୍ରଶାସନ ତୁରନ୍ତ ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକଲେ ଜୋରଦାର ଆନ୍ଦୋଳନ କରିବାକୁ ଜିଲା ଦଳିତ କଲ୍ୟାଣ ସଂଘର ସଭାପତି ମହେନ୍ଦ୍ର ସୁନା ଚେତାବନୀ ଦେଇଛନ୍ତି। ବିନିକା ସହର ରାଜପଥ କଡରେ ମଦ ଦୋକାନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗରିବ ଲୋକେ କଷ୍ଟୋପର୍ଜିତ ଅର୍ଥ ଖର୍ଚ୍ଚ କରି ମଦ ପିଇବାକୁ ବାଧ୍ୟ ହେଉଥିବା ବେଳେ ଅନେକ ସମୟରେ ଗଣ୍ଡଗୋଳ ହେଉଛି। ପୁଲିସ ପ୍ରଶାସନ ଏ ସମ୍ପର୍କରେ ଅବଗତ ଥିଲେ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଶୁକ୍ରଵାର ଦିନ ବିନିକା ଥାନା ଏସିଆ ସୁଯ୍ୟକାନ୍ତ ସେଠୀ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ସହିତ ସୁବର୍ଣ୍ଣପୁର ଜିଲ୍ଲା ପାଲ,ଜିଲା ଆରକ୍ଷୀ ଅଧିକ୍ଷକ, ଅବକାରୀ ଅଧିକାରୀ, ଅତିରିକ୍ତ ଜିଲାପାଳଙ୍କ ଅବଗତି ନିମନ୍ତେ ଦାବିପତ୍ର ପ୍ରେରଣ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଅମ୍ବରିଶ ପୁରୋହିତ ସମେତ ଜିଲା ଦଳିତ କଲ୍ୟାଣ ସଂଘର କମକତ୍ତା ଉପସ୍ଥିତ ଥିଲେ ।

related posts

Leave a Comment