Home Breaking News ଆହାର କେନ୍ଦ୍ର ବନ୍ଦ ଯୋଗୁଁ ଲୋକେ ହଟହଟା

ଆହାର କେନ୍ଦ୍ର ବନ୍ଦ ଯୋଗୁଁ ଲୋକେ ହଟହଟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ମହାମାରୀ କରନା ସଂକ୍ରାମଣ ଚେନ ଭାଙ୍ଗିବା ପାଇଁ ସରକାର ଶନିବାର ଓ ରବିବାର ସଟଡାଉନ ଘୋଷଣା କରି ଛନ୍ତି. ଫଳରେ ଦୋକାନ ବଜ଼ାର,ହୋଟେଲ ରେଷ୍ଟରୁରା ଣ୍ଟ, ଗାଡି ମୋଟର ଚଳlଚଳ ସମ୍ପୂର୍ଣ ବନ୍ଦ ରହିଛି lସେହିପରି ଫୁଲ ବାଣୀ ସହର 6ର ବସଷ୍ଟାଣ୍ଡ ଓ ସଦର ମହକୁମା ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରକୁ ମଧ୍ୟ ବନ୍ଦ ର ଖାଯାଇଛି । ଫଳରେ ଡାକ୍ତରଖାନାକୁ ରୋଗୀ ନେଇ ଆସିଥିବା ସଂପର୍କୀୟମାନେ ମଧ୍ୟ ଖାଇବାକୁ ନ ପାଇ ହଟହଟା ହୋଇଥିବା ଦେଖିବାକୁ ମିଳିଥିଲା। ସକାଳେ ରୋଗୀଙ୍କ ସଂପର୍କୀୟମାନେ ଖାଇବା ଲାଗି ଆହାର କେନ୍ଦ୍ରକୁ ଆସି ନିରାଶ ହୋଇ ଫେରିଥିଲେ।
ଏପଟେ ହୋଟେଲ ସବୁ ମଧ୍ଯବନ୍ଦ ରହିଛି । . କେଉଁଠି ମଧ୍ୟ ଖାଇବାକୁ ମିଳୁନଥିଲା। ଜଣେ ଆଶାକର୍ମୀ ମଧ୍ୟ ଆହାର କେନ୍ଦ୍ର ବନ୍ଦ ଥିବାଯୋଗୁଁ ନିଜେ କିଛି ଖାଇବା ଯୋଗାଡ କରି ଆହାର କେନ୍ଦ୍ର ସମ୍ମୁଖରେ ଖାଉଥିବା ଦେଖିବାକୁ ମିଳିଥିଲା।
ସଟ ଡାଉନ ଯୋଗୁଁ ଆଜି ମେଡିକାଲକୁ ଆସିଥିବା ରୋଗୀଙ୍କ ସଂପର୍କୀୟମାନେ ଖାଲବାକୁ ନପାଇ ଭୋକରେ ରହିଥିବା ଜଣାପଡ଼ିଥିଲା ଏଣୁ ସଟ ଡାଉନ ସମୟରେ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଖୋଲା ରହିଲେ ଅନ୍ତତଃ ରୋଗୀଙ୍କ ସଂପର୍କୀୟ ଓ ଗର୍ଭବତୀଙ୍କୁ ମେଡିକାଲ ଆଣୁଥିବା ଆଶାକର୍ମୀ ଓ ଅନ୍ୟ କର୍ମଚାରୀମାନେ ସୁବିଧାରେ ଖାଇବାକୁ ପାଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଓ ସିଡ଼ିଏମଓ ଏଥିପ୍ରତି ଦୃଷ୍ଟିଦେବାକୁ ଦାବୀ ହେଉଛି ।

related posts

Leave a Comment