Home Breaking News ବାଲିଗୁଡାରେ ବାଇକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ଶଳା ଓ ଭେଣେଇ ମୃତ, ଅନ୍ୟଜଣେ ଗୁରୁତର

ବାଲିଗୁଡାରେ ବାଇକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ଶଳା ଓ ଭେଣେଇ ମୃତ, ଅନ୍ୟଜଣେ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ- (ସୁନୀଲ ପଟ୍ଟନାୟକ) ଶନିବାର ବାଲିଗୁଡ଼ା ନିକଟ ବଡ଼ ଗାଁ ଛକ ଠାରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛିନ୍ତି । ମୃତକ ଦୁଇ ଜଣ ସଂପର୍କରେ ଶଳା ଓଭେଣେଇ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟଯେ ଶଳା ଭିଣୋଇ ଓ ସାଙ୍ଗ ମିଶି ଏକ ବାଇକରେ ଯାଉଥିବାବେଳେ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଟି ଦୁର୍ଘଟଣା ଗ୍ରସ୍ତ ହୋଇପଡିଥିଲା । ଫଳରେ ଘଟଣାସ୍ଥଳରେ ଶଳା ଭେଣେଇଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଆହତ ଗେବା ପଦର ଗ୍ରାମର ସାଗର ଡିଗ।ଲକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ସାଗରର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମୃତକ ଦୁଇ ଜଣ ହେଲେ ଡକାଡି ଗ୍ରାମର ରାଧାକାନ୍ତ ପୂଜାରୀ ଓ କୁଡୁତୁଲି ର ଦଶରଥପ୍ରଧାନୀ। ବୋଲି ଜଣାପଡିଛି । ବାଲିଗୁଡ଼ା ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି ।
ତେବେ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିବା ଜଣାପଡିଛି ।

related posts

Leave a Comment