Share with
ବିନିକା(ମାନସ ମଲିକ): ମହାମାରୀ କରୋନା ସଂକ୍ରମଣର ଦ୍ଵିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ରାଜ୍ୟସରକାର ଶନିବାର ଓ ରବିବାର ସଟ୍ ଡାଉନ ଘୋଷଣା କରିବା ପରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସଦର ରେ ଦୋକାନ ବଜାର ସବୁ ବନ୍ଦ ରହିଛି l ପୋଲିସ ସହରରେ ପଇଁତରା ମାରିବା ସହ ବିଭିନ୍ନ ଛକରେ ଯିବା ଆସିବା ଲୋକଙ୍କୁ ଯାଞ୍ଚ କରୁଛି |
କେବଳ ଜରୁରୀ କାଳୀନ ସେବା ବ୍ୟତୀତ ଦୋକାନ ବଜାର ସହ ଗାଡ଼ି ଚଳାଚଳସମ୍ପୂର୍ଣ ବନ୍ଦ ରହିଛି | ବିନିକା ପୋଲିସ ପକ୍ଷରୁ ବାହାରୁ ଆସୁଥିବା ଲୋକ ମାନଙ୍କୁ ଫେରେଇ ଦିଆ ଯାଉଛି | ଜିଲ୍ଲା ବାହାରୁ ଆସୁଥିବା ଲୋକ ମାନଙ୍କର ଦୁଇଦିନ ଭିତରେ ଥିବା କଭିଟ୍ ରିପୋର୍ଟକୁ ଯାଞ୍ଚ କରାଯାଉଛି | ସଟଡାଉନ ବେଳେ ବାହାରେ ନ ବୁଲି ଘରେ ସୁରକ୍ଷିତ ଭାବେ ରହିବାକୁ ପରାମର୍ଶ ଦେଇଛନ୍ତି।ଏହାକୁ ତଦାରଖ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଏସପି ସୀତାରାମ ଶତପଥୀ ବିନିକା ଆସିଥିବା ଜଣାପଡିଛି।