Home Breaking News ମାରଣାସ୍ତ୍ରରେ ହାଣି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

ମାରଣାସ୍ତ୍ରରେ ହାଣି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

by Times One Odia
Share with
     
 
 
   

ଭଞ୍ଜନଗର(ସୁରେଶ କୁମାର ସୁବୁଦ୍ଧି):-ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଶିଶୁଣ୍ଡା ଗ୍ରାମ କାଜୁ ଜଙ୍ଗଲରେ ବର୍ବର ହତ୍ୟାକାଣ୍ଡ।ବୃଦ୍ଧ ଦମ୍ପତି ଙ୍କୁ କଟୁରିରେ ହାଣି ହତ୍ୟା।ହତ୍ୟାର କାରଣ ଅସ୍ପଷ୍ଟ।ମୃତକ ହେଲେ ଭୀମ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଶିଶୁଳା ପ୍ରଧାନ।ସୂଚନା ମୁତାବକ ଦମ୍ପତି ଜଣକ କାଜୁ ଜଙ୍ଗଲରେ ଦୀର୍ଘବର୍ଷ ହେଲା ଏକାକୀ ରହି କାଜୁ ସଂଗ୍ରହ କରି ସେଥିରେ ଗୁଜୁରାଣ ମେଣ୍ଟାଉଥିଲେ।କିନ୍ତୁ କିଛି ଦିନ ତଳେ ତାଙ୍କ ପୁଅ ବୋହୂ ଆସି ବାପା ମା ଙ୍କୁ ଦେଖା କରି ଯାଇଥିଲେ।ଆଜି ଦୁହିଁଙ୍କ ମୃତ ଦେହ କୁଡ଼ିଆ ଘର ନିକଟରେ ପଡିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ହେଲେ କିଏ କେଉଁ କାରଣରୁ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କଲା ତାହା ବର୍ତମାନ ସୁଦ୍ଧା ଜଣା ପଡ଼ିନାହିଁ।

related posts

Leave a Comment