Home Breaking News / ତାଜା ଖବର ପଡ଼ିକଲଙ୍କ ବିସ୍ଫୋରକ ଶତକ, ରାଜସ୍ଥାନକୁ ୧୦ ଓ୍ବିକେଟରେ ହରାଇଲା ଆରସିବି

ପଡ଼ିକଲଙ୍କ ବିସ୍ଫୋରକ ଶତକ, ରାଜସ୍ଥାନକୁ ୧୦ ଓ୍ବିକେଟରେ ହରାଇଲା ଆରସିବି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚଳିତ ଆଇପିଏଲରେ ବାଙ୍ଗାଲୋରର ସବୁଠୁ ବଡ ବିଜୟ । ରାଜସ୍ଥାନ ବିପକ୍ଷ ମ୍ୟାଚରେ ଦଳ ୧୦ ଓ୍ବିକେଟରେ ବିଜୟୀ ହୋଇ କ୍ରମାଗତ ୪ ମ୍ୟାଚରେ ଅପରାଜେୟ ଧାରା ବଜାୟ ରଖିଛି ଦଳ । ରାଜସ୍ଥାନ ଦେଇଥିବା ୧୭୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦେବୀଦତ୍ତ ପଡ଼ିକଲଙ୍କ ବିସ୍ଫୋରକ ଶତକ ଓ କୋହଲି ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ ବଡ ବିଜୟ ଦେଇଥିଲେ । ପଡ଼ିକଲ ୧୦୧ ଓ ବିରାଟ କୋହଲି ୭୨ ରନ କରି ଅପରାଜିତ ରହିଥିଲେ । ଆଜି ବାଙ୍ଗାଲୋର ଟସ ଜିତି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ମାତ୍ର ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ଓପନର ଜସ ବଟଲର ଓ ମନନ ବୋରା ଯଥାକ୍ରମେ ୮ ଓ ୭ ରନ କରି ଆଉଟ ହଇଥିଲେ । ଡେଭିଡ୍ ମିଲର ମଧ୍ୟ ଖାତା ଖୋଲିପାରିନଥିଲେ । ତେବେ ଅଧିନାୟକ ସଂଜୁ ସାମସନ, ଶିବମ ଦୁବେ, ରିୟାନ ପରାଗ ଓ ରାହୁଲ ତିଓ୍ବାତିଆ ଦଳଗତ ଲଢୁଆ ଖେଳ ପ୍ରଦର୍ଶନ କରି ଦଳପାଇଁ ଏକ ଭଲ ସ୍କୋର କରିଥିଲେ । ଶିବମ ଦୁବେ ୪୬ କରିଥିବାବେଳେ ତିଓ୍ବାତିଆ ୪୦ ରନ କରିଥିଲେ । ସାମସନ ୨୧ରନ ଓ ପରାଗ ୨୫ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୭୭ ରନ କରିଥିଲା । ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ ଓ ହର୍ଷଲ ପଟେଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

related posts

Leave a Comment