Home Breaking News କାଳବୈଶାଖୀରେ ଉଡ଼ିଲା ଘରର ଛପର: ଭାଙ୍ଗିଲା ଗଛ

କାଳବୈଶାଖୀରେ ଉଡ଼ିଲା ଘରର ଛପର: ଭାଙ୍ଗିଲା ଗଛ

by Times One Odia
Share with
     
 
 
   

ରାଇକିଆ(ରଜତ କୁମାର ନାୟକ):ରାଇକିଆ ରେ ଆଜି ଶୁକ୍ରବାର ଅପରାହ୍ନ ୧.୩୦ ଅଚାନକ କାଳ ବୈଶାଖୀ ମାଡିଆସିଲା।ଏହା ଫଳରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ରାଇକିଆ ବ୍ଲକ୍ ଅନ୍ତର୍ଗତ ଜିଡିଙ୍ଗ୍ ସାହି ଗ୍ରାମର ବାଳକୃଷ୍ଣ ଭୋଇ, ମାସେଡିକିଆ ଗ୍ରାମର ବିଜୟ ପ୍ରଧାନଙ୍କ ଘରର ଟିଣଛପର ଉଠିଯାଇଛି।ଫଳରେ ଘରର ସମସ୍ତ ଆସବାସପତ୍ର ସବୁ ଓଦା ହୋଇ ନଷ୍ଟ ହୋଇଯାଇଛି।କିନ୍ତୁ ଘରର କୈାଣସି ବ୍ୟକ୍ତିଙ୍କୁ ଶାରୀରିକ ଆଘାତ ହୋଇନଥିବା ଜଣାପଡିଛି। ପ୍ରାୟ ଏକ ଘଣ୍ଟା ଧରି ମୁଷଳ ଧାରାରେ ବର୍ଷା ହେବା ଫଳରେ ଅଞ୍ଚଳ ବେହାଲ ହୋଇ ଯାଇଥିଲା। ଏହି ଘଟଣା ନେଇ ରାଇକିଆ ତହସିଲଦାର ଚକ୍ରଧର ପାଢିଙ୍କ ସହ ଯୋଗାଯୋଗ କରିଥିବା ବେଳେ ସେ ଆର୍ ଆଇଙ୍କୁ ଏହି ବିଷୟରେ ଅବଗତ କରିବେ ବୋଲି କହିଛନ୍ତି।ଏହି ବର୍ଷା ଯୋଗୁଁ ରାଇକିଆ ବ୍ଲକ୍ ର ମୁସୁମାହା,ପାଜିମାହା ଗ୍ରାମ ସହ ଅନେକ ଗ୍ରାମରେ ଟିଣଛପର ଉଡିଥିବା ସୁଚନା ମିଳିଥିବା ବେଳେ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ରୋଡ଼ ଅଗ୍ନିଶମ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛର ଡାଳ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ଏହାକୁ ହଟାଇଥିଲେ।ଏଥି ଯୋଗୁଁ ବିଦ୍ୟୁତ୍ ସରବରାହ ବହୁ ସମୟ ଧରି ବନ୍ଦ ରହିଥିଲା।ପ୍ରବଳ ବର୍ଷା ଯୋଗୁଁ ରାଇକିଆ,ବେରେଡାକିଆ ଅଞ୍ଚଳ ମୁଖ୍ୟ ରାସ୍ତା ଉପରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡ଼ରହିଛି।କାରଣ ଡେନ୍ ସବୁ ପୋତି ହୋଇଯାଇଛି।

related posts

Leave a Comment