Home Breaking News / ତାଜା ଖବର ସିଲ୍ ହେଲା ସୁନା ଦୋକାନ

ସିଲ୍ ହେଲା ସୁନା ଦୋକାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର(ଭାରତ ନାୟକ): ଦ୍ବିତୀୟ ଲହରରେ ଓଡ଼ିଶାର କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା । ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି । ପୋଲିସ ଓ ପ୍ରଶାସନ ବିଭିନ୍ନ ସ୍ଥାନର ଯାଞ୍ଚରୁ କଡାକଡି କରୁଛନ୍ତି । ଅମାନିଆ ଧରାପଡି ଜରିମାନା ଭରୁଛନ୍ତି । ତଥାପି ଲୋକମାନେ ସତର୍କ ହେଉନାହାନ୍ତି । ମାଳ ମାଳ ହୋଇ ବୁଲିବା ଏକାଠି ହୋଇ ବୁଲୁଛନ୍ତି । ବାସୁଦେବପୁର ପୌରପାଳିକାର ନୀଳମଣି ମାର୍କେଟ କମ୍ପ୍ଲେକ୍ସର ଶ୍ରୀଦୁର୍ଗା ଜୁଏଲର୍ସ ଦୋକାନର କୋଭିଡ କଟକଣାକୁ ଫୁ କରି ସାମାଜିକ ଦୂରତ୍ବ ଏଡାଇ ଦେଇ ଭିଡ ଜମାଇ ଥିଲେ । ପୋଲିସ ଓ ପ୍ରଶାସନ ପକ୍ଷରୁ ଅଚାନକ ଚଢାଉ କରି ଦୋକାନକୁ ସାତ ଦିନ ପର୍ଯ୍ୟନ୍ତ ସିଲ୍ କରିଛନ୍ତି । ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଓ ଥାନା ଅଧିକାରୀ ଗୌରାଙ୍ଗ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ ।

related posts

Leave a Comment