ରାୟଗଡା(ଧନେଶ୍ୱର ରାଉତ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକାରପାଈ ଗ୍ରାମ ପଞ୍ଚାଯତ ର ଗ୍ରାମ ଦେବତୀ ମୁତ୍ୟାଲାମା ଠାକୁରାଣୀ ମନ୍ଦୀର ନିକଟରେ ଖୋଳା ହେଲା ନଳକୂପ l ବହୁତ ଦିନ ଅପେକ୍ଷା ପରେ ଜନ ସାଧାରଣଙ୍କ ଦାବୀ ପୂରଣ ହେବାସହ ନଇଁଲା ପ୍ରଶାସନ l ଏହି ମନ୍ଦିରରେ ଆବହମାନ କାଳରୁ ଅର୍ଥାତ ଆଜି କେହିବି ଜୀବିତ ନାହାନ୍ତି ସ୍ଥାପନ ଓ ଭୂମି ଦାତା କିନ୍ତୁ ତାଙ୍କ ଦାୟାଦ ଙ୍କ ପ୍ରଚେଷ୍ଟା ରେ ପୂଜା ପାଠ ଚାଲିଛି l ଗ୍ରାମର ମୁଖ୍ୟ ଆରାଧ୍ୟ ଦେବତା ହୋଇଥିବାରୁ ବର୍ଷ ସାରା ଏଠାରେ ପୂଜା କରାଯାଏ l ବିଶେଷ ଭାବରେ ଚୈତ୍ର ମାସ ମଙ୍ଗଳ ବାର ହେଉ କିମ୍ବା ବହୁ ଜାକଜମକ ଘାଟ ଯାତ୍ରା ହେଉ ନଚେତ ଅନ୍ୟ ବାହାଘର ପୁଣ୍ୟ ପର୍ବକୁ ଏହି ଠାକୁରାଣୀଙ୍କ ପାଖକୁ ନ ଆସି ଓଳଗି ନ ହେଲେ କୌଣସି କାର୍ଯ୍ୟ ଆରମ୍ଭ ହୋଇନଥାଏ l ଏହି ପରି ପ୍ରେକ୍ଷୀରେ ଯେତେ ସବୁ ପୂଜା ହୁଏ ସହ ସହ ଲୋକ ଏଠାକୁ ଆଶନ୍ତି କିନ୍ତୁ ପାଣି ବିନା ଡହଳ ବିକଳ ହୁଅନ୍ତି କାରଣ ଗାଁ ଠାରୁ ଦେଢ଼ କିମି ଅଟେ ନିକଟରେ କୌଣସି ପାନୀୟ ଜଳର ବ୍ୟବସ୍ଥା ଏଠାରେ ନାହିଁ l ତେଣୁ ଗତ ଗ୍ରୀଷ୍ମ ଋତୁ ସମୟରେ ଭାରତୀୟ ଜନତା ପାର୍ଟି ଶିକାରପାଈ ମଣ୍ଡଳ ର ଏକ ପ୍ରତିନିଧି ଦଳ ମଣ୍ଡଳ ସଭାପତି ରବୀନ୍ଦ୍ର ବେହେରା, ସମ୍ପାଦକ ମନୋଜ କୁମାର ସେଠି, ସହ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ, କୋଷାଧ୍ୟକ୍ଷ ସମେଶ ନେମାଲପୁରୀ, ନିରଞ୍ଜନ, ରୁଦ୍ର , ଦିଲୀପ, ଦୈତାରୀ, କ୍ଷୀରୋଦ ଲକି, ପ୍ରଦୀପ, ଉପେନ୍ଦ୍ର ଓ ସାଧାରଣ ଜନତାକୁ ନେଇ, ଏକ ଦାବିପତ୍ର ଦେଇଥିଲେ ପଂଚାୟତ ସରପଞ୍ଚ ଓ ବି ଡି ଓ ଙ୍କୁ l ଏହାର ଫଳ ସ୍ୱରୂପ ଆଜି ବ୍ଲକ ଓ ପଞ୍ଚାୟତ ସରପଞ୍ଚ ଅମ୍ବିକା ସାରକାଙ୍କ ନିର୍ଦେଶ କ୍ରମେ ନଳକୂପ ଖନନ କରାଯାଇଛି l ଗ୍ରାମର ବରିଷ୍ଟ ବିଜେଡି ନେତା ଦୁଃଖୁ ଗୌଡ଼ ନିଜେ ଖୋଳିବା ଜାଗାରେ ରହି ଜାଗା ଚିହ୍ନଟ କରାଇ ଥିଲେ l ଆଗାମୀ ଦିନରେ ସବୁ ଆଡେ ପାଚେରୀ କରି ସୁରକ୍ଷିତ କରାଯିବ ବୋଲି ପୂର୍ବତନ ସରପଞ୍ଚ ସାରାବୁ ସାରାକା କହିଛନ୍ତି l ଯା ହେଉ ଡେରିରେ ହେଲେବି ପ୍ରଶାସନ ଶୁଣିଲା ଲୋକଙ୍କ ଗୁହାରୀ ତେଣୁ ଶିକାରପାଈ ଭାଜପା ମଣ୍ଡଳ ଟିମ ସରପଞ୍ଚ ଶ୍ରୀମତୀ ସାରକାଙ୍କୁ ଧନ୍ୟବାଦ ଦେବାସହ ଆଗକୁ ଜନ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ଲା
ଜନତାଙ୍କ ଦାବୀ ଆଗରେ ନଇଁଲା ପ୍ରଶାସନ: ଠାକୁରାଣୀ ମନ୍ଦିରରେ ଖୋଳା ହେଲା ନଳକୂପ
Share with
previous post