Home Breaking News / ତାଜା ଖବର ସାମ୍ବାଦିକଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଶୋକ ସଭା

ସାମ୍ବାଦିକଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଶୋକ ସଭା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା(ସୁରେଶ ସୁବୁଦ୍ଧି): କରୋନାର ଦ୍ୱିତୀୟ ଲହରୀ ର ଶିକାର ହୋଇ ଶେରଗଡ଼ ବ୍ଳକ୍ ର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ ଅନୂପମ ଭାରତର ବ୍ଲକ୍ ପ୍ରତିନିଧି କରୁଣାକର ସାହୁଙ୍କ ଦେହାନ୍ତ ପରେ ସମଗ୍ର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି I ଏନେଇ ଆଜି ବେଲଗୁଣ୍ଠା ଠାରେ ଉତ୍କଳ ସମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଳା ଶାଖା ତରଫରୁ ଏକ ଶୋକ ସଭା ପାଲିତ ହୋଇଯାଇଛି I ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅନୀଲ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ଜିଲ୍ଳା ସାଧାରଣ ସମ୍ପାଦକ ତଥା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ସମ୍ପାଦକ ବଳରାମ ପାଢ଼ୀ, ଉପସଭାପତି ଦେବି ପ୍ରସାଦ ଦାସଙ୍କ ସମେତ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ର ଉପସଭାପତି ପ୍ରଭାତ ସାହୁ, ସମ୍ପାଦକ ଆଶ୍ୱିନ କୁମାର ମହାନ୍ତି, ସହ ସମ୍ପାଦକ ସରୋଜ ଶତପଥି, କୋସାଧକ୍ଷ ବିଭୁପାଦ ଜେନା, ଉପଦେଷ୍ଟା ସନ୍ତୋଷ ବିଷୋୟୀ, ଚନ୍ଦନ ସାହୁ, ସୁଶାନ୍ତ ବେହେରା, ରାଜେଶ ପାତ୍ର, ସୁରେଶ ସୁବୁଦ୍ଧି, ମାଧବ ଆପଟ, ଶିବରାମ ଚୌଧୁରୀ ,ବାଳକୃଷ୍ଣ ପାତ୍ର, ସଚିନ ପୁରୋହିତ, ପିଣ୍ଟୁ ତ୍ରିପାଠି, ଜଗନାଥ ନାୟକ, ପଞ୍ଚାନନ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ଵର୍ଗତ ସାହୁଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ୍ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ I ଏହୀ ଅବସରରେ ସଭାପତି ଶ୍ରି ପଟ୍ଟନାୟକ ସ୍ୱର୍ଗତ ସାହୁଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ପାଇବାରେ ସଂଘ ନିଶ୍ଚିତ ସହଯୋଗ କରିବ ବୋଲି ପ୍ରକାଶ କରିଥିଲେ I

related posts

Leave a Comment